ପାରଳା ପୌରପରିଷଦ ପାଇଁ ଚୂଡାନ୍ତ ତାଲିକା ପ୍ରକାଶ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଆସନ୍ତା ୨୪ତାରିଖରେ ପାରଳାଖେମୁଣ୍ଡି ପୌରପରିଷଦରେ ହେବାକୁ ଥିବା ପୌର ନିର୍ବାଚନ ନିମନ୍ତେ ସୋମବାର ଚୂଡାନ୍ତ ତାଲିକା ପ୍ରକାଶ ହୋଇଛି । ସୂଚନା ଯୋଗ୍ୟ ଯେ, ଗତକାଲି ସୋମବାର ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ରହିଥିଲା । ଏହି ପ୍ରକ୍ରିୟା ପରେ ନିର୍ବାଚନ ଅଧିକାରୀ ଚୂଡାନ୍ତ ତାଲିକା ପ୍ରକାଶ କରିଛନ୍ତି । ଅଧ୍ୟକ୍ଷା ପଦବୀ ପାଇଁ ପ୍ରମୁଖ ୩ଦଳର ପ୍ରାର୍ଥୀନୀ ରହିଥିବା ବେଳେ ୧୬ଗୋଟି ୱାର୍ଡରେ ୭୨ ପ୍ରାର୍ଥୀ/ପ୍ରାର୍ଥୀନୀ ଙ୍କ ମଧ୍ୟରୁ ୫୬ଜଣ ଚୂଡାନ୍ତ ତାଲିକାରେ ରହିଛନ୍ତି । ୧୬ଜଣ କାଉନସିଲର ପ୍ରାର୍ଥୀ ପ୍ରତ୍ୟାହାର କରିଥିବାର ଜଣାପଡିଛି । ଦଳୀୟ ଚିହ୍ନ ସହ ଚୂଡାନ୍ତ ତାଲିକା ପ୍ରକାଶ ପାଇଛି । ତାଲିକା ମୁତାବକ ପାରଳାଖେମୁଣ୍ଡି ପୌରପାଳିକା ଅଧ୍ୟକ୍ଷା ନିମନ୍ତେ ଅନୁସୂଚିତ ଜାତି (ମହିଳା) ପ୍ରାର୍ଥୀନୀ ହେଲେ ନିର୍ମଳା ସେଠୀ (ଶଙ୍ଖ), ମାମିଡି ରାଜେଶ୍ୱରୀ (ପଦ୍ମ) ଓ ଖଗେଶ୍ୱରୀ ବେହେରା (ହାତ) । ସେହିପରି ୧୬ଗୋଟି ୱାର୍ଡର କାଉନସିଲର ଯଥା ୧ନମ୍ବର ୱାର୍ଡରେ ପି.ଆମ୍ମୁଲୁଆମ୍ମା(ଶଙ୍ଖ), କେ.ପୁଣ୍ୟବତୀ (ପଦ୍ମ), ସୁନିତା ସୁଣ୍ଡି (ହାତ) ପ୍ରାର୍ଥୀନୀ ରହିଥିବା ବେଳେ ୨ନମ୍ବର ୱାର୍ଡରେ କେ.ଝାନ୍ସୀ (ଶଙ୍ଖ), ବବିତା ମହାଙ୍କୁଡ (ପଦ୍ମ), ସୁନିତା ସୁଣ୍ଡି (ହାତ), ରାଜେଶ୍ୱରୀ ପ୍ରାଧାନ (ମାଠିଆ) ପ୍ରାର୍ଥୀନୀ ଭାବେ ଚୂଡାନ୍ତ ହୋଇଛି । ସେହିପରି ୱାର୍ଡନଂ ୩ରେ ବିଜୟକୁମାର ପ୍ରଧାନ (ଶଙ୍ଖ), ବିଭୂତି ଭୂଷଣ ବେହେରା (ପଦ୍ମ), ମୁନା ମହାରଣା (ହାତ), ୱାର୍ଡ ନଂ. ୪ ନିମନ୍ତେ ସ୍ମିତା ଦାସ (ଶଙ୍ଖ), ବାଳକୃଷ୍ଣ ପାତ୍ର (ପଦ୍ମ), ଅରୁଣ କୁମାର ମହାରଣା (ନିଶୁଣି), ନରେନ୍ଦ୍ର ବେହେରା (ଫଳନ୍ତି ନଡିଆଗଛ) ବିଷ୍ଣୁ ପ୍ରସାଦ ପାଢୀ (ବାଇସାଇକେଲ), ସଂଗ୍ରାମ କିଶୋର ସାହୁ (ବାଳକବାଳିକା), ୱାର୍ଡ ନଂ. ୫ରେ ନାଗବଂସ ନୀଳାଦ୍ରୀ (ଶଙ୍ଖ), ଯଶ୍ୱିନୀ ବେହେରା (ହାତ), ୱାର୍ଡ ନଂ. ୬ରେ ଗାଦି ଭେଙ୍କଟରାବଣା (ଶଙ୍ଖ), ସଂଗ୍ରାମ କିଶୋର ସାହୁ (ହାତ), ପାଇଲା ମୂରଲିକ୍ରିଷ୍ଣା (ଝାଡୁ), ତ୍ରିନାଥ ପାତ୍ର (ବାଇସାଇକେଲ), ୱାର୍ଡ ନଂ. ୭ରେ ଧରିତ୍ରୀ ଶବର(ଶଙ୍ଖ), ଭି.କଲ୍ୟାଣୀ (ପଦ୍ମ), ପ୍ରିୟଙ୍କା ଦେବୀ (ହାତ), ୱାର୍ଡ ନଂ. ୮ରେ କେ.ରୋହିଣୀ (ଶଙ୍ଖ), ପି.ସ୍ୱାତୀ (ପଦ୍ମ), ସାବିତ୍ରୀ ମହାପାତ୍ର (ହାତ), ୱାର୍ଡ ନଂ. ୯ରେ ଇ.ନାରାୟଣ ରାଓ ବେହେରା (ଶଙ୍ଖ), ଏସ୍.ରମେଶବାବୁ (ପଦ୍ମ), ରାଜେଶ ବେହେରା (ହାତ), ୱାର୍ଡ ନଂ. ୧୦ରେ କେବଳ ଜଣେ ପ୍ରାର୍ଥୀନୀ ସକୁନ୍ତଳା ବେହେରା (ଶଙ୍ଖ), ୱାର୍ଡ ନଂ. ୧୧ରେ ପ୍ରସନ୍ନା ପାତ୍ର (ଶଙ୍ଖ), ରାଜଲକ୍ଷ୍ମୀ ବେହେରା (ପଦ୍ମ), ପ୍ରମିଳା ନାୟକ (ହାତ), ୱାର୍ଡ ନଂ. ୧୨ରେ ପି.ଉମାଶଙ୍କର (ଶଙ୍ଖ), ଜି.ଜୟାରାମ (ପଦ୍ମ), ସଚ୍ଚିଦାନନ୍ଦ ଗୟା (ହାତ), କେଶଙ୍କରୀ (ଡଙ୍ଗା), ତ୍ରିନାଥ ପାତ୍ର (ବାଳକବାଳିକା), ୱାର୍ଡ ନଂ. ୧୩ରେ ଲେଙ୍କା ମଧୁ (ଶଙ୍ଖ), ଏସ୍.ଧର୍ମାରାଓ (ପଦ୍ମ), ରାମକୃଷ୍ଣ ସାବତ (ହାତ), ଗାବିଡି ଚନ୍ଦ୍ର ରାଓ (ଝାଡୁ), ଆର୍.ଶଙ୍କର ରାଓ (ଦାଆ ଓ ଧାନକେଣ୍ଡା), ୱାର୍ଡ ନଂ. ୧୪ରେ ଜ୍ୟୋତିର୍ମୟୀ ଦାସ (ଶଙ୍ଖ), ପି.ପଦ୍ମାବତୀ (ପଦ୍ମ), ସାବିତ୍ରୀ ମହାପାତ୍ର (ହାତ), ୱାର୍ଡ ନଂ. ୧୫ରେ ସୁରଜିତ ତ୍ରୀପାଠୀ(ଶଙ୍ଖ), ମନୋଜ କୁମାର ପଟ୍ଟନାୟକ (ପଦ୍ମ), ସୂର୍ଯ୍ୟନାରାୟଣ ପାତ୍ର(ହାତ), ୱାର୍ଡ ନଂ. ୧୬ରେ ଭି.ଭୀମାରାଓ (ଶଙ୍ଖ), ନିଲାପୁ ପାଇକୁମାର(ପଦ୍ମ), କଂଗ୍ରେସ ରାଉତ (ହାତ), ଆର୍.ଭୀମାରାଓ (ଦାଆ ଓ ଧାନକେଣ୍ଡା), ଟି.ବୁଚ୍ଚିବାବୁ (ଡଙ୍ଗା) ମୋଟ ୧୬ଗୋଟି ୱାର୍ଡର ପ୍ରାର୍ଥୀମାନେ ଚୂଡାନ୍ତ ତାଲିକାରେ ପ୍ରକାଶ ପାଇଛି । ତେବେ ୱାର୍ଡ ନମ୍ବର ୧୦ର ବିଜେଡି ପ୍ରାର୍ଥୀନୀ ନିଦ୍ୱର୍ନ୍ଦରେ ରହିଥିବାର ଜଣାପଡିଛି ।


