ପାରଳା ପୌରପରିିଷଦରେ ସ୍ୱଚ୍ଛ ଚର୍ଚ୍ଚା ଦିବସ ଅବସରେ ଆଲୋଚନା ଚକ୍ର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ ପ୍ରାଙ୍ଗଣରେ ସ୍ୱଚ୍ଛ ଚର୍ଚ୍ଚା ଦିବସ ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଦିବସରେ ମୁଖ୍ୟତଃ ସହରର ସ୍ୱଚ୍ଛତାକୁ ନେଇ ବିସ୍ତୃତ ଭାବେ ଆଲୋଚନା ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ କଠିନ ବର୍ଜ୍ୟବସ୍ତୁ ଓ ଓଦା ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ବିଭିନ୍ନ ୱାର୍ଡରେ ଗାଡି ଗୁଡିକ ପରିକ୍ରମା କରି ଗୃହମାନଙ୍କରୁ ତାକୁ ସଂଗ୍ରହ କରିବା ସହ ଜନସାଧାରଣଙ୍କୁ ସ୍ୱଚ୍ଛତା ଉପରେ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଦାନ କରାଯାଉଛି । ଏହି ସ୍ୱଚ୍ଛ ଚର୍ଚ୍ଚା ଦିବସ ଅବସରରେ ଏହି ପୌରପରିଷଦ କିପରି ଅଧିକ ସ୍ୱଚ୍ଛ ହୋଇପାରିବ ଏବଂ ଜନସାଧାରଣ ଏକ ନିର୍ମଳ ପରିବେଶ ମଧ୍ୟରେ ରହିପାରିବେ ସେ ଉପରେ ବିଶେଷ ଭାବେ ଆଲୋଚନା ହୋଇଥିଲା । ଏହି ବୈଠକରେ ପ୍ରତ୍ୟକ ୱାର୍ଡରୁ ଦୁଇ ଜଣ ବରିଷ୍ଠ ନାଗରିକ ଯଥା ଜଣେ ମହିଳା ଓ ଜଣେ ପୁରୁଷ ଯୋଗଦେଇ ସେମାନେ ସ୍ୱଚ୍ଛସାଥିମାଙ୍କୁ ସେମାନଙ୍କର ସମସ୍ତ କାର୍ଯ୍ୟକ୍ରମ ବିଷୟରେ ପରାମର୍ଶ ଦେବା ସହ ସେମାନଙ୍କୁ ଆହୁରି ଅଧିକ କିପରି ସ୍ୱଚ୍ଛତା ଉପରେ ଧ୍ୟାନ ଦିଆଯିବ ସେନେଇ ପରାମର୍ଶ ଦେବେ । ସେହିପରି ସହରର ବିଭିନ୍ନ ସ୍ଥାନରେ ପୌର ପରିଷଦ ପକ୍ଷରୁ ୟୁରିନାଲ କକ୍ଷ ଖୋଲାଯିବ ବୋଲି ଆଲଚନା କରାଯାଇଛି । ଏହି ବୈଠକରେ ସହରକୁ ସୁସ୍ଥ, ସୁନ୍ଦର ତଥା ସୌନ୍ଦର୍ଯୀକରଣ କରିବାପାଇଁ ବିଭିନ୍ନ ମତାମତ ଉପସ୍ଥାପନ ହୋଇଛି । ସହରରେ ବୁଲାକୁକୁର, ଗୋରୁଗାଇ ଘୁଷୁରି ପ୍ରଭୃତିର ନିୟନ୍ତ୍ରଣ କରିବାପାଇଁ ପୌରପରିଷଦ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଲୋୟନା ହୋଇଥିଲା । ବୈଠକରେ ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ, ସାନିଟାଇଜର ଇନ୍ସିପେକ୍ଟର ଡି. ସଞ୍ଜୀବ, ସହକାରୀଯନ୍ତ୍ରୀ ସଂଜୀବ ଚମ୍ପତ୍ତି, ମନୋଜ ତିୱାରୀ, କନିଷ୍ଠଯନ୍ତ୍ରୀ ଡି.ଯୁଧିଷ୍ଠିର ପ୍ରମୁଖ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ