ପାରଳା ପୌର ପରିଷଦର ଅପାରଗତା ଯୋଗୁଁ ଦିନକୁ ଦିନ ଜବରଦଖଲ ବୃଦ୍ଧି ପାଉଛି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦର ଅପାରଗତା ଯୋଗୁଁ ସହରରେ ଜବରଦଖଲ ଦିନକୁ ଦିନ ବଢ଼ି ଚାଲିଛି. ଏହାର ପ୍ରତିକାର ପାଇଁ ବାରମ୍ବାର ବାରମ୍ବାର ଅଭିଯୋଗ ଦାବି ଆଦି କରାଯିବା ସତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ. ଯଦ୍ୱାରା ସହରରେ ପ୍ରାୟ ପ୍ରତେକ ଦିନ ଟ୍ରାଫିକ ଜାମ ହେବା ସହ ସାଧାରଣ ଲୋକଙ୍କ ଜୀବନଯାତ୍ରା ବ୍ୟାହତ ହେଉଛି. ପାରଳା ସହରର “ରାମ କୃଷ୍ଣ ପାଢୀ ମାର୍ଗ “ତଥା ପୁଲିସ ଷ୍ଟେସନ ଛକ ଠାରୁ ଦୈନିକ ବଜାର ରାସ୍ତା , “ଗଜପତି ମାର୍ଗ ” ତଥା ବଡ଼ଦାଣ୍ଡ , ନୁଆ ବସଷ୍ଟାଣ୍ଡ, ଅଞ୍ଚଳରେ , ଗାନ୍ଧୀଛକ, ପେଲେସ ଛକ, ସିନେମା ହଲ୍ ଏମିତି ସହରରେ କୌଣସି ସ୍ଥାନରେ ଖାଲି ନାହିଁ ଯେଉଁ ସ୍ଥାନମାନଙ୍କରେ ମୁଖ୍ୟ ରାସ୍ତା ଉପରେ ଉଠା ବ୍ୟବସାୟୀ ମାନେ ରାସ୍ତା ଅତିକ୍ରମ କରୁଥିବା ବ୍ୟବସାୟୀ ମାନଙ୍କ ପତିଆରା ବଢ଼ିଥିବା ଦେଖିବାକୁ ମିଳିଛି । ଏହି ବିଷୟରେ ଜିଲ୍ଲା ପ୍ରଶାସନ କି ପୌର ପ୍ରଶାସନିକ ଅଧିକାରୀଙ୍କୁ ଏହି ବିଷୟରେ ଅଛପା ନାହିଁ। ଏହି ରାସ୍ତା କଡ଼ରେ ବସି ବ୍ୟବସାୟ କରୁଥିବା ବ୍ୟବସାୟୀ ମାନଙ୍କ ପାଇଁ ହିଁ ରାସ୍ତା ଅବରୋଧ ହେଉଛି। ଯାହା ଫଳରେ ସାଧାରଣ ଲୋକେ ପ୍ରତ୍ୟେକ ଦିନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛନ୍ତି। ହେଲେ ଆଜି କାଲିକା ଦିନ ରେ ଏଠାରେ ଜିଲ୍ଲା ପ୍ରଶାସନ ଜବରଦଖଲ ଉଚ୍ଛେଦ ପ୍ରଚାର କରିବା ଏବଂ ଦିନେ ଦିଦିନ କିଛି ଦୋକାନ ଗୁଡ଼ିକୁ ତାଗିଦ୍ କରି ରଙ୍ଗ ଛକି ଦେବା ଏବଂ ସେମାନଙ୍କ ଠାରୁ କିଛି ପାଇଗଲେ ସେ ଦିନ ଠାରୁ ଉଛେଦ ପ୍ରକ୍ରିୟା ସେଠାରେ ହିଁ ବନ୍ଦ ହୋଇଯିବ, ଏହା ହେଉଛି ପୌର ପରିଷଦ ର ନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟେକ୍ଷ ଛହ ମାସରେ ଥରେ ପ୍ରକ୍ରିୟାରେ ପରିଣତ ହୋଇଯାଇଛି । ଯାହାକି ପୌର କର୍ମଚାରୀଙ୍କ ସହିତ ଦଳ ବଳ ଧରି ବାହାରି ଦୈନିକ ବଜାର ରାସ୍ତା ଦେଇ ରାଜଦାଣ୍ଡର ଉଭୟ ପାଶ୍ୱର୍ରେ ଥିବା ଜବରଦଖଲ ଉଚ୍ଛେଦର ଭୟ ଦେଖାଇବା ଏବଂ ବିଶେଷ କରି ରାଜଦାଣ୍ଡ ରେ ନର୍ଦ୍ଦମା ଉପରେ କୁଲ ଡ୍ରିଙ୍କ ଦୋକାନ ମାଲିକ ବ୍ୟବହାର ଖରାପ କରିଥିବା ସତ୍ବେ କୈାଣସି ଫଳପ୍ରଦ ହୋଇପାରିନାହିଁ। କେବଳ ରାସ୍ତା ଉପର ହର୍ଡି୍ଂବର୍ଡ ଏବଂ ରାସ୍ତା ଉପରକୁ ମାଡି ଆସିଥିବା ଅସ୍ଥାୟୀ ଦୋକାନ ଆଦିକୁ ଉଠାଇବା ପାଇଁ। ଏହା ସହିତ ଜବରଦଖଲକାରୀଙ୍କୁ ଏପରି ପୁନରାବୃତ୍ତି ନ କରିବାକୁ ତାଗିଦ କରାଯାଇଥିଲା । ସେହିପରି ରାସ୍ତା ଉପରେ ଗାଡି ପାର୍କିଂ କରୁଥିବା ବ୍ୟକ୍ତିବିଶେଷଙ୍କୁ ସେମାନେ ନିଜେ ନିଜେ ପାର୍କିଂ ବ୍ୟବସ୍ଥା କରିବାପାଇଁ କୁହାଯିବାର ଥିଲା। ଏଥି ଲାଗି ସେମାନଙ୍କୁ ସମୟ ଦିଆଯାଇଥିଲା । ଯଦି ଆଗାମୀ ଦିନରେ ଜବରଦଖଲ କିମ୍ବା ପାର୍କିଂ ପୁନରାବୃତ୍ତି ହୁଏ ତେବେ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଭରିବେ ବୋଲି ଚେତାବନୀ ଦିଆଯାଇଥିଲା ତାହା କେବଳ ବଟି ଆଦାୟ ପର୍ଯ୍ୟନ୍ତ ମାତ୍ର। ଅନ୍ୟପକ୍ଷରେ ପାରଳା ସହରର ରାଜଦାଣ୍ଡ ଏକ ପ୍ରମୁଖ ସ୍ଥଳ ହୋଇଥିବାରୁ ପ୍ରବଳ ଭିଡ ପରିଲିକ୍ଷିତ ହୋଇଥାଏ । ବିଶେଷ କରି ସନ୍ଧ୍ୟା ସମୟରେ ଅସ୍ଥାୟୀ ଦୋକାନୀ ମାନେ ଠେଲାଗାଡି ମାଧ୍ୟମରେ ଚାର୍ଟ, ଫାଷ୍ଟଫୁଡ, ଗୁପଚୁପ, ଜଳଖିଆ ଦୋକାନ ଆଦି କରୁଥିବାରୁ ପ୍ରବଳ ଗହଳି ହେଉଥିବା ଯୋଗୁଁ ରାଜଦାଣ୍ଡ ରାସ୍ତା ସଂକୀର୍ଣ୍ଣ ହେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏଥି ପ୍ରତି ପୌରପ୍ରଶାସନ କିମ୍ବା ପୁଲିସ ପକ୍ଷରୁ ତିଳେ ମାତ୍ର ଦୃଷ୍ଟି ଆକ୍ଷେପ କରୁ ନାହାନ୍ତି ରାଜଦାଣ୍ଡ ରେ ପ୍ରତ୍ୟେକ ଘର ଆଜି ବଡ଼ ବଡ଼ ଦୋକାନ,ମୋହଲ ନିର୍ମାଣ ହୋଇଛି। ପୈାରପରିଷଦ କେଉଁ ହିସାବରେ ଆଦେଶ ଦେଇଛନ୍ତି କୌଣସି ଦୋକାନକୁ ଗାଡ଼ି ପାର୍କିଂ ର ସୁବିଧା ନଥାଇ ସେହି ବଡ଼ ବଡ଼ ମୋଲ ମାନଙ୍କୁ କିଏ ସ୍ଵିକୃତି ଦେଇଛି ଏହି ମୋଲ ଦୋକାନ ଖୋଲିବା ପାଇଁ। କାହା ସ୍ୱାର୍ଥରେ ଚାଲିଛି ବିନା ପାର୍କିଂ ରେ ଯାହା ଫଳରେ ରାସ୍ତା ସଂକୀର୍ଣ୍ଣ ହେଉଛି। ସେହିପରି ପିଏଚଡ଼ି ରାସ୍ତା ସମ୍ମୁଖରେ କିଛି ଜଳଖିଆ ଦୋକାନ ଓ ରାସ୍ତା ଉପରେ ମାଡ଼ି ବସିଛନ୍ତି କିଛି ବ୍ୟବସିୟୀ, ସେହିପରି ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ ରାସ୍ତା,କରଣସାହି ପାଖରେ ମହାରାଜା ପ୍ରତିମୂର୍ତ୍ତି ସମ୍ମୁଖରେ ଫୁଲ ଦୋକାନୀ , ଗାନ୍ଧୀ ଛକ ନିକଟରେ କୁଲଡ୍ରିଙ୍କସ୍ହେ ହିଁ ହେଉଛି ଉଦାହରଣ ସ୍ୱରୂପ ବିଭାଗୀୟ ଅଧିକାରୀ ଙ୍କୁ ଅବଗତ କରାଯାଉଛି। ଏଥିପାଇଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ପାରଳାଖେମୁଣ୍ଡିର କିଛି ସଚେତନ ନାଗରିକ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ ପୌର ପ୍ରଶାସନ ଓ ପାରଳାଖେମୁଣ୍ଡି ଆଦର୍ଶ ପୁଲିସ ଥାନା ତରଫରୁ ଏହି ଜବରଦଖଲ ପ୍ରତି କୌଣସି ଆନ୍ତରିକତା ନାହିଁ। ପାରଳାଖେମୁଣ୍ଡି ପୁଲିସ ବିଭାଗ ସବୁ ଜାଣି ସୁଣି ଦେଖି ଆଜଣା ବୋଲି ଚୁପ୍ ଚାପ୍ । ଏଠାରେ ଏସ ପି, କିମ୍ବା ଜିଲ୍ଲା ପ୍ରଶାସନ ଗାଡ଼ିକୁ ମଧ୍ଯ ଗହଳିରେ ଛାଡ଼ିବାକୁ ଲୋକେ ପଛାଉ ନାହାଁନ୍ତି। ଜିଲ୍ଲା ରେ ଜବର ଦଖଲ ବ୍ୟବସାୟୀଙ୍କ ବ୍ୟବସ୍ଥା କରି ସେମାନଙ୍କ ପାଇଁ ସରକାର ଙ୍କ ତରଫରୁ ସ୍ତାନ ନିରୂପଣ ହୋଇ ହାଟପଦା ନିକଟରେ କୃଷକ ବଜାର ତିଆରି କରାଯାଇଛି କାହାର ନିମନ୍ତେ। ଯଦି ନିୟମ ଅନୁସାରେ ସଠିକ କାର୍ଯ୍ୟ ପାରଳା ପୁଲିସ ପ୍ରଶାସନ ଜବରଦଖଲ ଙ୍କ ପ୍ରତି ଥଇଥାନ କରିବା ଜବରଦଖଲ ହଟାଇବାକୁ ଇଛା ଶକ୍ତି ବଢେଇ ନିଜର ବଟି ଆଦାୟ କୁ ପଛରେ ପକାଇ ସଠିକ୍ କାର୍ଯ୍ୟ ନିର୍ବାହ କଲେ ସାଧାରଣ ଲୋକେ ଉପକୃତ ହେବେ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି


