ପାରଳା ପୌର ପ୍ରଶାସନର ବିଫଳତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହରର ବିଭିନ୍ନ ଜନଵସତି ନିକଟରେ ବର୍ଷା ଜଳ ସହ ଆବର୍ଜନାପୂର୍ଣ ନର୍ଦମା ଜଳ ବହୁ ଦିନ ଧରି ଜମି ରହୁଛି. ପାରଳାଖେମୁଣ୍ଡି ପୌର ପ୍ରଶାସନର ବିଫଳତା ଯୋଗୁଁ ଏହି ଜଳ ନିଷ୍କାସନ ହୋଇପାରୁନାହିଁ. ଗତ ଦୀର୍ଘଦିନ ଧରି ଏପରି ଭାବେ ଜଳ ନିଷ୍କାସନ ନ ହେବା ଯୋଗୁଁ ମଶାଙ୍କ ପ୍ରାଦୁଭାବ ଦେଖାଦେଇଛି. ଏଭଳି ମଶାଙ୍କ ଉପଦ୍ରଵ ବଢ଼ି ଚାଲିଥିବା ଯୋଗୁଁ ଲୋକେ ଡେଙ୍ଗୁ ବ୍ୟାପିବାର ଆଶଙ୍କାରେ ଆତଙ୍କିତ ହୋଇପଡିଛନ୍ତି. ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଲୋକେ ବର୍ତମାନ ଡେଙ୍ଗୁକୁ ନେଇ ଆତଙ୍କରେ ରହିଛନ୍ତି। ଯାହା କି ସାରା ରାଜ୍ୟରେ ବର୍ତ୍ତମାନ ଡେଙ୍ଗୁ କୁନେଇ ଲୋକେ ଆତଙ୍କିତ ଥିବା ବେଳେ ସେହିପରି ପରିସ୍ଥିତି ମଧ୍ୟ ପାରଳା ପୌର ପରିଷଦ କିଛି ଘଟିଜିବ ବୋଲି କିଛି ଅଞ୍ଚଳ ବାସିନ୍ଦା ଆତଙ୍କିତ ହେଉଥିବା ଦେଖିବାକୁ ମିଳିଛି। ଯାହା କି ନିଜ ପାରିପାର୍ଶ୍ବିକ ସ୍ଥାନକୁ ସଫେଇ ରଖି ଡେଙ୍ଗୁ ଠାରୁ ଦୂରରେ ରହିବାକୁ ସରକାର ଲୋକଙ୍କୁ ସଚେତନ କରୁଛନ୍ତି। କିନ୍ତୁ ତାହା କୁ ଦେଖିବାକୁ ଗଲେ ଡେଙ୍ଗୁ ଜନିତ ସମସ୍ୟାକୁ ପାରଳା ପୌର ପରିଷଦ କିଛି ବି ଦାଇତ୍ୱ ନଥିବା ଦେଖିବାକୁ ମିଳିଛି। ଯାହା କି ସହରର ତଳି ଅଞ୍ଚଳରେ ବସବାସ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ହେଉଛନ୍ତି। ଯାହା କି ଏହି ଅଞ୍ଚଳରେ ଜମି ରହିଥିବା ଜଳକୁ ପ୍ରତିବର୍ଷ ପୌରପରିଷଦ ଏହି ସ୍ଥିର ହୋଇ ରହୁଥିବା ଜଳକୁ ନିଷ୍କାସନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଥିଲା। ହେଲେ ଚଳିତ ବର୍ଷ ଏହି ଅଞ୍ଚଳର ଜମା ହୋଇଥିବା ସ୍ଥିର ଜଳକୁ ସଫା କରିବା ଦିଗରେ କୌଣସି ପ୍ରକାର ପଦକ୍ଷେପ ନେବା ଦେଖିବାକୁ ମିଳୁନାହିଁ। ଯାହା ଫଳରେ ସ୍ତତି ବିଗିଡି ବାରେ ଲାଗିଛି।ଯମାହୋଇ ରହିଥିବା ପାଣି ଯୋଗୁ ସହରରେ ଡେଙ୍ଗୁ ବ୍ୟାପିବା ସମ୍ଭାବନା ରହିଛି। ତେଣୁ ଅଞ୍ଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏହାକୁ ତୁରନ୍ତ ନିଷ୍କାସନ କରିବା ନିମନ୍ତେ ଲୋକେ ଦାବି କରିଛନ୍ତି। ଏହି ଅଞ୍ଚଳ ବାସିନ୍ଦା କହିଛନ୍ତି ସହର ଭିତରେ ଥିବା ଅଞ୍ଚଳ ଉପରେ ପୌରପରିଷଦ ର ଟିକିଏ ହେଲେ ଆନ୍ତରିକତା ନଥିବା ଦେଖିବାକୁ ମିଳିଛି। ସହରରେ ନାଳର ପାଣି ଯିବା ସୁବିଧା ସୁଯୋଗ ନଥିବା ବେଳେ ନର୍ଦ୍ଦମାର ଜଳ ନିଷ୍କାସନ ନକହିଲେ ଭଲ। ତେଣୁ ଏହି ଅଞ୍ଚଳ ବାସିନ୍ଦା ମାନଙ୍କ ବିଷୟରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରିବା ଆବଶ୍ୟକ ରହିଛି ନଚେତ୍ ବର୍ତମାନ ର ଡେଙ୍ଗୁ ଆତଙ୍କ ବଢ଼ିବ।କାରଣ ସହର ରେ ବର୍ଷା ଜଳ ଜମି ରହିଥିବା ଏହି ଅଞ୍ଚଳ ରେ ପୌର ପରିଷଦ ଅଧୀନରେ ନାହିଁ। ତେଣୁ ଏହି ଅଞ୍ଚଳ ର ଲୋକେ ଏହି ଅଞ୍ଚଳ କୁ ପୌର ପରିଷଦ ରେ ସାମିଲ୍ କରିବା ପାଇଁ ବାରମ୍ବାର ପ୍ରଶାସନୀକ କ୍ଷେତ୍ରରେ ଦାବି କରି ଆସୁଥିଲେ ମଧ୍ୟ ତିଳେ ମାତ୍ର କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଅଞ୍ଚଳ ବାସିନ୍ଦା। ଅନ୍ୟ ପକ୍ଷରେ ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ବନମାଳୀ ସତପଥି କହିଛନ୍ତି ଏହି ଅଞ୍ଚଳ ପୌର ପରିଷଦ ଅଧୀନରେ ନାହିଁ। ଏଥିପାଇଁ ପୌର ପରିଷଦ କ’ଣ ପାଇଁ ଟଙ୍କା ଖର୍ଚ୍ଚ କରିବ। ପଞ୍ଚାୟତ ସହିତ ଆଲୋଚନା କରିଏହି ସମସ୍ୟା ର ସମାଧାନ କରାଜିବ। ତେବେ ନାଳ ନର୍ଦ୍ଦମା ସଫା କୁ ନେଇ ପୌର ପରିଷଦ ଏବଂ ପଞ୍ଚାୟତ ସ୍ତରରେ କନ୍ଦଳ ହୋଇଥିବା ବେଳେ ସାଧାରଣ ଲୋକଙ୍କ ସମସ୍ୟାକୁ ସମାଧାନ କରିବ କିଏ? ଏହି ଅଞ୍ଚଳ ର ଭୋଟ ଲିଷ୍ଟ, ରାସ୍ତା ନିର୍ମାଣ, କରେଣ୍ଟ ସପ୍ଲାଏ କୁ ଦେଖିବାକୁ ଗଲେ ପୌର ପରିଷଦ ପକ୍ଷରୁ ସମସ୍ତ ରକ୍ଷଣ ବେକ୍ଷଣ କରିଆସୁଛନ୍ତି। ହେଲେ ଏହି ଅଞ୍ଚଳ ର କୋଠା ବାଡି ର ପ୍ଲାନିଂ ଏପୃଭ ଓ ଘରଟିକସ ବିଷୟରେ ଆଲୋଚନା କରିବା ଯଦି ପଞ୍ଚାୟତ ରେ କାର୍ଯ୍ୟକାରୀ ହେଉଥିବା ଦେଖିବାକୁ ମିଳିଛି। ବର୍ତମାନ ଆବର୍ଜନା ବର୍ଷା ଜଳ ନିଷ୍କାସନ ପାଇଁ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଅଞ୍ଚଳ ବାସିନ୍ଦା ଙ୍କ ଅଭିଯୋଗ ହେଉଛି ଆମେ ବାରମ୍ବାର ଅଭିଯୋଗ ଜଣାଇଲେ ମଧ୍ୟ ପ୍ରଶାସନିକ କ୍ଷେତ୍ରରେ ଦୃଷ୍ଟି ନଦେବା ଯୋଗୁଁ ସାଧାରଣ ଲୋକେ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି। ଯଦି ବର୍ତମାନ ଡେଙ୍ଗୁ ଜନିତ ସମସ୍ୟାରେ କୌଣସି ପ୍ରକାର ଅସୁବିଧା ହେଲେ ପ୍ରଶାସନ ହିଁ ଦାୟୀ ରହିବେ ବୋଲି ଅଞ୍ଚଳ ବାସିନ୍ଦା ଗଣମାଧ୍ୟମ ଜରିଆରେ ଅଭିଯୋଗ କରିଛନ୍ତି। ତେଣୁ ପ୍ରଶାସନ ଏହି ସମସ୍ୟାର ସମାଧାନ ଯଥା ଶୀଘ୍ର କରିବା ପାଇଁ ଅନୁରୋଧ ଅଞ୍ଚଳ ବାସିନ୍ଦା ଅନୁରୋଧ କରିଛନ୍ତି।


