ପାରଳା ବଜାରରେ ପରିବା ଦର ଆକାଶ ଛୁଆଁ;ଲୋକେ ହନ୍ତସନ୍ତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ଠାରେ ପରିବା ଦର ଦିନକୁ ଦିନ ବୃଦ୍ଧି ପାଇ ଆକାଶ ଛୁଆଁ ହୋଇ ପଡିଛି । ଏହାର ନିୟନ୍ତ୍ରିଣ ପାଇଁ କେହି ଦୃଷ୍ଟି ଦେଉନାହାଁନ୍ତି ଏଥି ପ୍ରତି କୌଣସି କଟକଣା ନଥିବାରୁ ମନଇଛା ଦର ବୃଦ୍ଧି ହେଉଛି । ଗତ ସେପ୍ଟେମ୍ବର ୧ରୁ ସମସ୍ତ ଲକ୍ଡାଉନ୍ ସଟ୍ଡାଉନ୍ ଉଚ୍ଛେଦ ହୋଇ ଯାତାୟତରେ କୌଣସି କଟକଣା ନଥିଲେ ମଧ୍ୟ ଏଠାରେ ପରିବା ଦର ନିୟନ୍ତ୍ରିତ ଅବସ୍ଥାରେ ନାହିଁ । ପନିପରିବା ଦର ବୃଦ୍ଧି ପାଇ ଆକାଶ ଛୁଆଁ ହୋଇଛି,ଏପରି କି ବାଇଗଣ କିଲୋ ୪୦ଟଙ୍କା, ଟମାଟ ୬୦ରୁ ୭୦ଟଙ୍କା , ବନ୍ଧା କୋବି ୪୦ରୁ ୫୦ଟଙ୍କା, ଜହ୍ନି ୬୦ଟଙ୍କା, ଦେଶୀ ପୋଟଳ ୮୦ଟଙ୍କା, ବିନ୍ ୧୦୦ଟଙ୍କା, ଫୁଲ କୋବି ୮୦ଟଙ୍କା, ଭେଣ୍ଡି ୫୦ଟଙ୍କା, କାଙ୍କଡ ୧୨୦ରୁ ୧୫୦ଟଙ୍କା ଏବଂ କଞ୍ଚା ଲଙ୍କା କିଲୋ ୧୫୦ରୁ ୨୦୦ଟଙ୍କା ଆଦି ପରିବା ଦର ବୃଦ୍ଧି ପାଇଛି । ଏପରି ଦର ବୃଦ୍ଧି ଯୋଗୁଁ ଦିନ ମଜୁରିଆ, ଖଟିଖିଆ ଓ ମଧ୍ୟବିତ୍ତ ପରିବାର ବର୍ଗ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କରୋନା କଟକଣା ଯୋଗୁଁ ଗରୀବ ଓ ମଧ୍ୟବିତ୍ତ ମାନଙ୍କର ଆର୍ଥିକ ଅବସ୍ଥା ଏକ ପ୍ରକାର ଶୋଚନୀୟ ହୋଇଯାଇଥିବାବେଳେ ଏପରି ପରିବାଦର ଆକାଶ ଛୁଆଁ ଦର ବୃଦ୍ଧିକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।