ପାରଳା ବାରାଟମ୍ ସଫି ମଲ୍‌ ଅଗ୍ନିକାଣ୍ଡ ଘଟଣା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାଜଦାଣ୍ଡରେ ଥିବା ବାରାଟମ୍ ସଫି ମଲ୍‌ର ନିଆଁ ୪ ଦିନ ହେଲା ଲିଭିନ ଥିବା ଦେଖାଯାଇଛି I ଗତ ରବିବାର ବିଳମ୍ବିତ ରାତିରେ କୌଣସି କାରଣରୁ ସଫି ମଲ୍‌ରେ ନିଆଁ ଲାଗିଥିଲା। ପ୍ରଥମ ଦିନରେ ପାରଳାଖେମୁଣ୍ଡି ଅଗ୍ନିଶମ ବିଭାଗ ବହୁ କଷ୍ଟକରି ନିଆଁକୁ ଆୟତ୍ତ କରିଥିଲେ ହେଲେ ୪ଦିନ ହେଲା ଧୂଆଁ ବାହାରୁଥିବା ଲକ୍ଷ୍ୟ କରାଯାଇଛି। ଗତକାଲି ବୁଧବାର ଦିନ ମଧ୍ୟ ପାରଳା ଦମକଳବାହିନୀ ପକ୍ଷରୁ ୩ ଗୋଟି ଦମକଳ ସହାୟତାରେ ନିଆଁକୁ ପୁଣି ଲିଭାଇବା ପାଇଁ ଚେଷ୍ଟା ଜାରି ରହିଥିଲା.ଏଠାରେ ପ୍ରଶ୍ନ ହେଉଛି ବାସ୍ତବରେ କେଉଁ କାରଣରୁ ସଫି ମଲରେ 4 ଦିନ ହେଲା ନିଆଁ ଲାଗିଛି। ଦମକଳବାହିନୀ ୪ ଦିନ ହେଲା ନିଆଁକୁ ଲିଭାଇପାରୁନାହିଁ। ପ୍ରକାଶ ଯେ, ତିନି ମହଲା ବିଶିଷ୍ଠ ସଫି ମଲରେ କେବଳ ଲୁଗାପଟା ଓ ବିଭିନ୍ନ ପୋଷାକ ବିକ୍ରୟ ହେଉଥିଲା । ଅତ୍ୟାଧିକ ଷ୍ଟକ କିମ୍ବା ଉପଯୁକ୍ତ ରକ୍ଷଣାର ଅଭାବ ଓ ନିୟମିତ ବ୍ୟବଧାନରେ ସଫି ମଲରେ ଲଗାଯାଇଥିବା ବିଦ୍ୟୁତ ବ୍ୟବସ୍ଥାର ତଦାରଖ ନ କରାଯିବା କାରଣରୁ ଏପରି ଘଟିଥାଇପାରେ ବୋଲି ଚର୍ଚ୍ଚା ହେଉଛି। ସଫି ମଲରେ ପ୍ରାୟ ୪କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଲୁଗା ପଟା ଓ ବିଭିନ୍ନ ପୋଷାକ ରହିଥିଲା ବୋଲି ସଫି ମଲ୍ ମାଲିକ ବି. ଶ୍ରୀକାନ୍ତ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ