ପାରଳା ବାର ଏସୋସିଏସନ୍ ନିର୍ବାଚନ ପ୍ରକ୍ରିୟ ଆରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବାର ଏସୋସିଏସନ୍ ନିର୍ବାଚନ ଚଳିତମାସ ୨୬ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିଭିନ୍ନ ପଦ ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ହୋଇ ସାରିଥିବା ବେଳେ ମାର୍ଚ୍ଚ ୧୧ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ୧୨ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ବୋଲି ଜଣାପଡିଛି । ଏହି ନିର୍ବାଚନ ପାଇଁ ସଭାପତି ପଦବୀ ନିମନ୍ତେ ୩ଜଣ ଯଥା ବରିଷ୍ଠ ଓକିଲ ରାମନାଥ ମିଶ୍ର, ପାଣ୍ଟଲା ପ୍ରସାଦ ରାଓ ଓ ସିଦ୍ଧେଶ୍ୱର ମିଶ୍ର ଏବଂ ସମ୍ପାଦକ ପଦବୀ ପାଇଁ କୃଷ୍ଣମୋହନ ପଟ୍ଟନାୟକ ଓ ଏମ୍‌.ପୃଥ୍ୱୀରାଜ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ତେବେ ଉପସଭାପତି ଶିଶିର କୁମାର ଜେନା, ଯୁଗ୍ନ ସମ୍ପାଦକ ନୀଳ ମାଧବ ଅଧିକାରୀ, କୋଷାଧ୍ୟକ୍ଷ ଶଶାଙ୍କ ଶେଖର ସବତ, ଲାଇବ୍ରେରୀ ସମ୍ପାଦକ ୱାଇ. ଶିବ କୁମାର, କାର୍ଯ୍ୟକାରୀ ସଦସ୍ୟ ପି.ବିଶ୍ୱନାଧମ୍‌, ଜିତେନ୍ଦ୍ର କୁମାର ପଟ୍ଟନାୟକ, ରାଜେନ୍ଦ୍ର କୁମାର ପଣ୍ଡା, ଗାଗାରିନ ଶବର ଓ ଇତିଶ୍ରୀ ମହାପାତ୍ର ନଦ୍ୱିନ୍ଦରେ ନିର୍ବାଚିତ ହୋଇଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ