ପାରଳା ବାଳମୁକୁନ୍ଦ କେନ୍ଦ୍ର ଦ୍ୱାରା ଶିଶୁ ସାହିତ୍ୟ ଆସର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଚଳିତ ମାସର ଶେଷ ରବିବାରେ ପାରଳାକେମୁଣ୍ଡି ବାଳମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା କାର୍ଯ୍ୟକ୍ରମରେ ଆଭାସୀ (ଅନ୍‌ଲାଇନ୍‌) ମାଧ୍ୟମରେ କୃପାଳୁ ଶିଶୁ ସାହିତ୍ୟ ଆସରରେ “ଆମ ଭାଷା”, ସାହିତ୍ୟ ଓ ସଂସ୍କୃତି ବିଷୟ ଆଲୋଚନା କରାଯାଇଥିଲା । ପ୍ରଥମେ ପ୍ରାର୍ଥନୀ ଶିଶୁ ଶୁଭଲକ୍ଷ୍ମୀ ପାଣି, ଗୀତା ଶ୍ଳୋକ ଆବୃତ୍ତି ଶିଶୁ ପ୍ରଜ୍ୟୋତି ଚୌଧୁରୀ, ଜଗତଗୁରୁ ଶ୍ରୀକୃପାଳୁ ମହାରାଜ ଆରତୀ ଶିଶୁ ପ୍ରଣତି ଏବଂ ଗତ ରବିବାର କାର୍ଯ୍ୟକ୍ରମର ବିବରଣୀ ପଠନ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ପଠନ କରିଥିଲେ । କେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ସ୍ୱାମୀ ନିଗମାନନ୍ଦଜୀ ଗୀତାଶ୍ଳୋକ ଆବୃତ୍ତି ପ୍ରଶିକ୍ଷଣ ଦେବା ସହ ଦୀପାବଳୀ ବିଷୟରେ ଆଲୋକପାତ କରିଥିଲେ । ପରେ କେନ୍ଦ୍ରର ଆଚାର୍ଯ୍ୟା ମନୋରମା ପତି ଏବଂ ଅଭିଭାବିକା ବିଷ୍ଣୁପ୍ରୀୟା ପଣ୍ଡା ସାପ୍ତାହିକ ଆଲୋଚନା କାର୍ଯ୍ୟକ୍ରମକୁ ତୁଲାଇଥିଲେ । ଏଥିରେ ଶିଶୁ ଏ.ୟାଶିକା ବ୍ୟକ୍ତିଗତ ଭଜନ ଗାନ କରିଥିଲେ । ମୁଖ୍ୟ ଅତିଥି ରୂପେ ଅଧ୍ୟାପିକା କଲ୍ୟାଣି ମିଶ୍ର ଯୋଗଦେଇ କୃପାଳୁ ଶିଶୁ ସାହିତ୍ୟ ଆସର କାର୍ଯ୍ୟକ୍ରମକୁ ତୁଲାଇଥିଲେ । ଏଥିରେ ସମସ୍ତ ଶିଶୁ ଏବଂ ଏଭିଭାବକ ବୃନ୍ଦ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ