ପାରଳା ବିଧାୟକଙ୍କ ଅଚାନକ ଗୁରାଣ୍ଡି ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ରୁପେଶ ପାଣିଗ୍ରାହୀ ଅଚାନକ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ। ପାରଳା ବିଧାୟକ ଗତକାଲି ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ସମୟରେ ୧୦ ଜଣ ଡାକ୍ତର ଉପସ୍ଥିତ ଥିବା ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପସ୍ଥାନ ଖାତାରେ ଦେଖିବାକୁ ମିଳିଥିଲା । କିନ୍ତୁ ୫ ଡାକ୍ତର ଉପସ୍ଥିତ ଥିଲେ, ୨ ଜଣ ଡାକ୍ତର ଅନ୍ୟାନ୍ୟ କାମରେ ଯାଇଥିବା ସଫେଇ ଦିଆ ଯାଇଥିଲେ ମଧ୍ୟ ତାହା ମିଥ୍ୟା ବୋଲି ଜଣାପଡିଛି। ଏନେଇ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଉଚିତ୍ ପଦକ୍ଷେପ ନେବାକୁ ଆଦେଶ ଦେଇଛନ୍ତି ପାରଳା ବିଧାୟକ। ସ୍ଵାସ୍ଥ୍ୟ କେନ୍ଦ୍ର ଅନ୍ତଃରୋଗୀଙ୍କ ପାଇ ଉଦ୍ଧିଷ୍ଟ ବେଡ଼ରେ କୌଣସି ଜାଗାରେ ବେଡ୍ ସିଟ ପଡିନଥିବା ମଧ୍ୟ ଦେଖିବାକୁ ମିଳିଛି। ଏ ନେଇ ବିଧାୟକ କ୍ଷୋଭ ପ୍ରକାଶ କରି ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ. ଆଶ୍ଚର୍ଯ୍ୟର କଥା ଗୋଷ୍ଠୀ କେନ୍ଦ୍ର ଭିତ୍ତିଭୂମି ବିକାଶ ପାଇଁ ଆସିଥିବା ୧୭ କୋଟି ଟଙ୍କା ଖର୍ଚ୍ଚ ହୋଇ ନଥିବା ଦେଖିବାକୁ ମିଳିଛି। ପାରଳା ବିଧାୟକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ ଶେଷ କରି ଘଟଣା ନେଇ ପ୍ରଶାସନକୁ ସମସ୍ତ ସମସ୍ୟା ସମାଧାନ ପାଇଁ ଜଣାଇଥିବା ସୂଚନା ମିଳିଛି.