ପାରଳା ବିଧାୟକଙ୍କ ଦ୍ୱାରା ସୋରୁମ ଉଦ୍ଘାଟିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ଦ୍ୱାରା ରାଜଦାଣ୍ଡ ଠାରେ ଥିବା ଏକ ନୂଆ ସୋରୁମ୍ର ଉଦ୍ଘାଟିତ ହୋଇଯାଇଛି । ଏସ୍କେ ଏଣ୍ଟର ପ୍ରାଇସେସ୍ ନାମକ ସୋରୁମରେ ଏଲ୍ଜି କମ୍ପାନୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉପକରଣ ବା ସାମଗ୍ରୀ ବିକ୍ରୟ କରାଯିବ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପାରଳା ନଗରପାଳ ନୃସିଂହ ଚରଣ ପଟ୍ଟନାୟକଙ୍କ ସହ ବହୁ ଭାଜପା କର୍ମୀ ଉପସ୍ଥିତଥିଲେ । ଏଥିରେ ଏସ୍କେ ଏଣ୍ଟର ପ୍ରାଇସେସ୍ର ମାଲିକ ମୂଲଲୀ, ଶରତ କୁମାର ପ୍ରମୁଖଙ୍କ ସହ ଶୁଭେଚ୍ଛୁମାନେ ଉପସ୍ଥିତଥିଲେ ।