ପାରଳା ବିଧାୟକ କେ.ନାରାୟଣ ରାଓଙ୍କୁ ହାଇଦ୍ରାବାଦରେ ସମ୍ବର୍ଦ୍ଧିତ
ପାରଳାଖେମୁଣ୍ଡି, (ତାରିଣି ପ୍ରସାଦ ପଣ୍ଡା)-ପାରଳାଖମୁଣ୍ଡିର ନବନିର୍ବାଚିତ ବିଧାୟକ କେ.ନାରାୟଣ ରାଓଙ୍କୁ ହାଇଦ୍ରାବାଦରେ ସମ୍ବର୍ଦ୍ଧିତ କରାଯାଇଛି । ହାଇଦ୍ରାବାଦର ମୂଷାପେଟା ଅଞ୍ଚଳରେ ପାରଳାଖେମୁଣ୍ଡିର ବହୁ ଲୋକ ବସବାସ କରୁଛନ୍ତି । ସେମାନେ ନବନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ହାଇଦ୍ରାବାଦ କୁକଟପଲ୍ଲୀ ଅଞ୍ଚଳର ବିଧାୟକ ଏମ୍.କ୍ରିଷ୍ଣା ରାଓ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ନାରାୟଣ ରାଓ ସେଠାକାର ବିଧାୟକ କ୍ରିଷ୍ଣା ରାଓଙ୍କ ସହ ସେଠାରେ ରହୁଥିବା ପାରଳାଖେମୁଣ୍ଡି ଅଞ୍ଚଳବାସୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ପାରଳା ବିଧାୟକ କେ.ନାରାୟଣ ରାଓଙ୍କ ସହିତ କାଶୀନଗର ବ୍ଲକ ଅଧ୍ୟକ୍ଷ ଚିତ୍ରି ସୀମାଦ୍ରି ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ,ପି କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ ।