ପାରଳା ବିଧାୟକ ସାମ୍ବାଦିକଙ୍କୁ ସାନିଟାଇଜର୍ ବାଣ୍ଟିଲେ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଗଜପତି ଜିଲ୍ଲାସ୍ତରୀୟ ସମସ୍ତ ସାମ୍ବାଦିକମାନଙ୍କୁ ଆଜି ସାନିଟାଇଜେର୍ ବଣ୍ଟନ କରିଛନ୍ତି । ଗଜପତି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସମସ୍ତ ସାମ୍ବାଦିକଙ୍କୁ ସାନିଟାଇଜର୍ ପ୍ରଦାନ କରି କହିଛନ୍ତି,ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ସାମ୍ବାଦିକମାନେ । ବର୍ତ୍ତମାନ କରୋନା ଆତଙ୍କରେ ବିଶ୍ୱବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ପ୍ରତ୍ୟେକ ଦିନ ପ୍ରତି ମୁହୁର୍ତ୍ତରେ ବିଭିନ୍ନ ଖବର ସଂଗ୍ରହ ପାଇଁ ସାମ୍ବାଦିକମାନେ ସମସ୍ତ ସ୍ଥାନକୁ ଯାଇଥାନ୍ତି । ଏହି ସମୟରେ ପ୍ରତ୍ୟେକ ସାମ୍ବାଦିକ ନିଜର ସୁରକ୍ଷା ପାଇଁ ଆବଶ୍ୟକିୟ ଦୃଷ୍ଟି ଦେବା ଆବଶ୍ୟକ । ମାସ୍କ ପିନ୍ଧିବା ସହ ସାନିଟାଇଜର୍ ବ୍ୟବହାର ଜରୁରୀ ଅଟେ । ସାମ୍ବାଦିକ ମାନଙ୍କ ପାଇଁ ସାନିଟାଇଜର୍‌ର ଜରୁରୀ ଆବଶ୍ୟକତା ଥିବା ଯୋଗୁଁ ସାନିଟାଇଜର୍ ପ୍ରଦାନ କରାଗଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ