ପାରଳା ବି.ଏନ୍.ପ୍ୟାଲେସରେ ସଫେଇ ଓ ଚାରାରୋପଣ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସ୍ଥିତ ବୃନ୍ଦାବନ ନିବାସ ତଥା ବସନ୍ତ ନିବାସ ପ୍ରାସାଦ ପରିସରରେ ସଫେଇ ଓ ଚାରାରୋପଣ କରାଯାଇଥିବାର ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁବକମାନେ ଏକତ୍ରିତ ହୋଇ ବନବିଭାଗର ସହଯୋଗରେ ପ୍ରକୃତିର ସୁରକ୍ଷା ପାଇଁ ଆମ୍ବ, ଅଂଳା, ନିମ ଇତ୍ୟାଦି ରୋପଣ କରିଥିଲେ । ଏହା ସହ ବୃନ୍ଦାବନ ନିବାସର ପରିସରରେ ସଫେଇ କରିଥିଲେ । ଏଥି ନେଇ ପ୍ରକୃତି ପ୍ରେମୀ ତ୍ରିପତି ପ୍ରସାଦ ପଣ୍ଡା କହିଛନ୍ତି ଯେ ପ୍ରକୃତିର ସୁରକ୍ଷା କରିବାପାଇଁ ଏପରି ବୃକ୍ଷ ଲଗାଇବା ଜରୁରୀ ହୋଇପଡିଛି । ବର୍ତ୍ତମାନ ପ୍ରଦୂଷଣ ସମଗ୍ର ଦେଶରେ ମୁଣ୍ଡବ୍ୟଥାର କାରଣ ପାଲଟିଅଛି । ଏହାର ପ୍ରତିକାର କରିବାକୁ ହେଲେ ବୃକ୍ଷ ହିଁ ଏକ ମାତ୍ର ବିକଳ୍ପ ବୋଲି ନିଜର ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅରୁଣ କୁମାର ବେହେରା, ନମୋଜ ଦାଶ, ଶୁଭ୍ର ଦାଶ, ସନ୍ତୋଷ ଗନ୍ତାୟତ, ସୁଧିର ଦାଶଙ୍କ ସମେତ ବହୁ ଯୁବକ ଓ ସାଧାରଣ ଯୋଗଦେଇଥିଲେ ।