ପାରଳା ମହାରାଜା ସ୍ମାରକୀ ନିର୍ମାଣ ଓ ମହେନ୍ଦ୍ରତନୟା ଜଳକୁ ଆନ୍ଧ୍ର ଲୁଟି ନେବା ପ୍ରୟାସକୁ ବିରୋଧ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ନବ ଉକ୍ରଳର ନିର୍ମାତା ତଥା ଓଡିଶାର ପ୍ରଥମ ପ୍ରଧାନ ମନ୍ତ୍ରୀ ପାରଳାଖେମୁଣ୍ଡିର ମହାରାଜା ସ୍ୱର୍ଗତ କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ମାରକୀ ନିର୍ମଣ ଓ ଗଜପତିର ମହେନ୍ଦ୍ରଗିରିରୁ ଜାତ ମହେନ୍ଦ୍ରତନୟାର ଜଳ ଆନ୍ଧ୍ର ଲୁଟି ନେବା ପ୍ରୟାସକୁ ଦକ୍ଷିଣ ଓଡିଶା ଉନ୍ନୟନ ପରିଷଦ ବୈଠକରେ ଦୃଢ ବିରୋଧ କରାଯାଇଛି । ଗତକାଲି ପାରଳାଖେମୁଣ୍ଡି ଉକ୍ରଳ ହିତୈଷିଣୀ ସମାଜ ସଭାଗୃହ ଠାରେ ଅନୁଷ୍ଠିତ ହୋଇଛି ଦକ୍ଷିଣ ଓଡିଶା ଉନ୍ନୟନ ପରିଷଦ ବୈଠକ । ସଭାପତି ଭୃଗୁ ବକ୍ସିପାତ୍ରଙ୍କ ଅଧ୍ୟକ୍ଷକତାରେ ଆୟୋଯିତ ଏହି ବୈଠକରେ ସଭାପତି ରାମ ଚନ୍ଦ୍ର ମିଶ୍ର,ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ମିଶ୍ର,କୋଷାଧ୍ୟକ୍ଷ ବିଜୟ କୁମାର ଅଧିକାରୀ, ଯୁଗ୍ମ ସମ୍ପାଦକ ବୀପିନି ବିହାରୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମହେନ୍ଦ୍ରତନୟା ନଦୀର ଜଳକୁ ଆନ୍ଧ୍ର ଲୁଟିବା ପାଇଁ ପ୍ରୟାସକୁ ବନ୍ଦ କରାଯିବା ସହ ପାରଳା ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତିଙ୍କ ସ୍ମାରକୀ ନିର୍ମାଣ ପାଇଁ ଅଞ୍ଚଳବାସୀ ଦୀର୍ଘଦିନ ହେଲା ଦାବି କରି ଆସୁଥିଲେ ମଧ୍ୟ ତାହା କାର୍ଯ୍ୟକାରୀ କରିବାରେ ସରକାର କୌଣସି ଗୁରୁତ୍ୱ ଦେଉନାହାନ୍ତି । ମହେନ୍ଦ୍ରଗିରି ପାହାଡର ଉନ୍ନତି,ନୌପଡା-ଗୁଣପୁର ରେଳପଥର ବିକାଶ,ପାରଳାଖେମୁଣ୍ଡି ଏବଂ ଗୁଣପୁର ଭଳି ଦକ୍ଷିଣ ଓଡିଶାର ପ୍ରମୁଖ ସ୍ଥାନରେ ରେଳଷ୍ଟେସନ୍ର ଉନ୍ନତିକରଣ,ଉନ୍ନତ କୃଷି ପାଇଁ ମହାରାଜା ପାରଳାଖେମୁଣ୍ଡିର ବିଭିନ୍ନ ଅଞ୍ଚଳରେ ଖନନ କରିଥିବା ୭ ସାଗରର ରକ୍ଷଣାବେକ୍ଷଣ,ପାରଳାଖେମୁଣ୍ଡିରୁ ବ୍ରହ୍ମପୁରକୁ କଇଁପୁର ଏବଂ ତୁମ୍ବା ଦେଇ ଏକ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ କରିଛନ୍ତି । ହେଲେ ସରକାର ଏହି ସମସ୍ୟା ଗୁଡିକର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଗଜପତି ଜିଲ୍ଲାର ବିଭିନ୍ନ ସମସ୍ୟା ଓ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ନିକଚରେ ଉପସ୍ଥାପନା ପାଇଁ ଦକ୍ଷିଣ ଓଡିଶା ଉନ୍ନୟନ ପରିଷଦ ତରଫରୁ ଏକ ଷ୍ଟିୟରିଂ କମିଟି ଗଠନ ହୋଇଛି ।ଏଥିରେ ପୁର୍ଣ୍ଣଚନ୍ଦ୍ର ମହାପାତ୍ର ଆବାହକ ରହିଥିବା ବେଳେ ରୁପେଶ କୁମାର ସାହୁ ଉପଆବାହକ,କେ.ରାମସ୍ୱାମୀ,ଆଦର୍ଶ କୁମାର ଦାସ,ଭାରତଭୁଷଣ ମହାନ୍ତି,ପି.କ୍ରିଷ୍ଣା,ନୃସିଂହ ଚରଣ ପଟ୍ଟନାୟକ,ସିଦେ୍ଧଶ୍ୱର ମିଶ୍ର,ମୀନାକ୍ଷୀ ସାହୁ,ଅରୁଣିମା ସାହୁ,ସୂର୍ଯ୍ୟନାରାୟଣ ପଟ୍ଟନାୟକ,ଅନାଦୀ ପାଣିଗ୍ରାହୀ,ବଟକୃଷ୍ଣ ପାତ୍ର ଏବଂ ବିଭୁତି ଭୂଷଣ ବେହେରା ପ୍ରମୁଖ ସଦସ୍ୟ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ