ପାରଳା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହିଳା ଉଚ୍ଚ ମାଧ୍ୟମିକି ବିଦ୍ୟାଳୟରେ ଏକାଦଶ ଶ୍ରେଣ ଛାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ପରୀକ୍ଷାରେ ବିଶେଷ କରି ଦାନ୍ତ ସମ୍ବନ୍ଧୀୟ ସମସ୍ୟା, ଦୃଷ୍ଟିଶକ୍ତି ପ୍ରଭୃତି ପରୀକ୍ଷା କରାଯାଇଥିଲା । ଏଥିରେ ଗୁରାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଲିପ୍ସା ମିଶ୍ର ଓ ଫାର୍ମାସିଷ୍ଟ କେ. ସ୍ୱପ୍ନା ରେଡ୍ଡି ପ୍ରମୁଖ ଯୋଗଦେଇ ଛାତ୍ରୀମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟା ପଚାରି ବୁଝିଥିଲେ । ଏହାସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ଉଚ୍ଚବିଦ୍ୟାଳୟର ଅଧ୍ୟକ୍ଷା ଅମ୍ବିକା ଦେବୀ, ବରିଷ୍ଠ ପ୍ରଧ୍ୟାପିକା ମନଶ୍ୱିନୀ ଦାସ, ପଣ୍ଡିତ ରଘୁନାଥ ପାତ୍ର, ଡ. ନୃସିଂହ ପ୍ରସାଦ ପାଣିଗ୍ରାହୀଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ରହିଥିଲେ । ଏହିକାର୍ଯ୍ୟକ୍ରମ ଆର୍‌.ବି.ଏସ୍‌.କେ. ପକ୍ଷରୁ ଆୟୋଜିତ ହୋଇଥିବାର ସୂଚନା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ