ପାରଳା ମହିଳା କଲେଜ ଦ୍ୱାରା ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ ଉଦ୍ୟାନରେ ସଫେଇ ଓ ପରିମଳ ଅଭିଯାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ମହିଳା ସ୍ନାତକ ମହାବିଦ୍ୟାଳୟ ଦ୍ବାରା ପାରଳାଖେମୁଣ୍ଡି ସ୍ଥିତ ଅଟଳ ବିହାରୀ ଉଦ୍ୟାନରେ ଓଡିଶା ସରକାରଙ୍କ ନୂଆ -ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଯାୟୀ ସାମାଜିକ କାର୍ଯ୍ୟକଳାପ କମିଟି ତରଫରୁ ସଫେଇ ଓ ପରିମଳ ଅଭିଯାନ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼. ରୀନା ସାହୁଙ୍କନିର୍ଦ୍ଦେଶରେ ଆୟୋଜିତ ହୋଇଯାଇଛି। ଏହି ସାମାଜିକ କାର୍ଯ୍ୟକ୍ରମକୁ ପାରଳା ପୌରାଧ୍ଯକ୍ଷା ଶ୍ରୀମତୀ ନିର୍ମଳା ସେଠୀ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ତଥା ନୋଡାଲ ଅଧୂକାରୀ ଡ଼. ଭାରତୀ ପାଣିଗ୍ରାହୀ ଉଦ୍ଘାଟନ କରିଥିଲେ । ଆଜିର ଯୁବପିଢୀ ହିଁ ଏଭଳି କାର୍ଯ୍ୟକ୍ରମକୁ ସଫଳ କରିପାରିବେ ବୋଲି ପୌରାଧ୍ଯକ୍ଷା ଶ୍ରୀମତୀ ସେଠୀ ଆଲୋକପାତ କରିଥିଲେ। ସେହିଭଳି ନୋଡାଲ ଅଧୂକାରୀ ଡ଼. ପାଣିଗ୍ରାହୀ ସାମାଜିକ କାର୍ଯ୍ୟକଳାପ ସଫେଇ ଓ ପରିମଳ ଦ୍ବାରା ପରିବେଶ ସୁରକ୍ଷା ଓ ସ୍ବାସ୍ଥ୍ୟ ଉପରେ ସ୍ବପ୍ରଭାବ ପଡିବ ବୋଲି କହିଥିଲେ । ଏହି ସଫେଇ ଓ ପରିମଳ ଅଭିଯାନରେ ମହାବିଦ୍ୟାଳୟର ଅଧୂକାଂଶ ଛାତ୍ରୀ ମାନେ ଓ ସାମାଜିକ କାର୍ଯ୍ୟକଳାପ କମିଟିର ସଦସ୍ୟ ତଥା ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ଅଭିଯାନକୁ ସଫଳ ପୂର୍ବକ କାର୍ଯ୍ୟ କରିଥିଲେ ଇ ଏହି ସମସ୍ତ କାର୍ଯ୍ୟକ୍ରମ ସାମାଜିକ କମିଟିର ମୁଖ୍ୟ ସଦସ୍ୟ ଅଧ୍ୟାପକ କୃଷ୍ଣଚନ୍ଦ୍ର ପଣ୍ଡିତ ଓ ସହଯୋଗୀ ସଦସ୍ୟ ପରିଚାଳନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ