ପାରଳା ମହିଳା ସ୍ନାତକ କଲେଜରେ ଗଣତନ୍ତ୍ର ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ମହିଳା ସ୍ନାତକ କଲେଜ ପରିସରରେ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମହିଳା କଲେଜର ଅଧ୍ୟକ୍ଷା ଡ.ରୀନା ସାହୁ ପତାକା ଉତ୍ତୋଳନ କରି ଭାରତୀୟ ସମ୍ବିଧାନର ଭୂମିକା ଓ ଭାରତୀୟମାନେ ଏକ ମନ,ଏକ ପ୍ରାଣ ହୋଇ ଦେଶକୁ ଉନ୍ନତି ପଥରେ ଆଗେଇ ନେବା ବିଷୟରେ ଉଦ୍‌ବୋଧନ ଦେଇଥିଲେ । ଅଧ୍ୟାପିକା ସୌଦାମିନୀ ପଣ୍ଡା ମଧ୍ୟ ଆମେ ସମସ୍ତେ ଏକ ହୋଇ ମହାପୁରୁଷ ମାନଙ୍କର ଆଦର୍ଶରେ ଅନୁପ୍ରାଣିତ ହେବା ବିଷୟରେ କହିଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ