ପାରଳା ମହିଳା ସ୍ନାତକ କଲେଜରେ ଯୁବ ବିକାଶ କାର୍ଯ୍ୟକ୍ରମରେ ସଙ୍ଗୀତ ସୃଜନଶିଳତା ପ୍ରତିଯୋଗିତା ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ମହିଳା ସ୍ନାତକ ମହାବିଦ୍ୟାଳୟରେ ଓଡିଶା ସରକାରଙ୍କ ତରଫରୁ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଯାୟୀ ଅଧ୍ୟକ୍ଷା ଡ଼ ରୀନା ସାହୁ ମଧ୍ୟ ଛାତ୍ରୀ ତଥା କର୍ମଚାରୀ ମାନେ ପୂର୍ଣ୍ଣମାତ୍ରାରେ ସହଯୋଗ କରିବାକୁ ହେବ ବୋଲି କହିଥିଲେ। ସଂଗୀତ ଓ ସୃଜନଶୀଳତା ଲେଖା ପ୍ରତିଯୋଗିତା ହୋଇଯାଇଛି । ଏସବୁ କାର୍ଯ୍ୟକ୍ରମରେ ବହୁଛାତ୍ରୀ ଉତ୍ସାହର ସହ ଅଂଶ ଗ୍ରହଣ କରୁଛନ୍ତି । ଏହି ସମସ୍ତ କାର୍ଯ୍ୟକ୍ରମ ଅଧ୍ୟକ୍ଷା ଡ଼ ରୀନା ସାହୁଙ୍କ ନିର୍ଦ୍ଦେଶରେ ନୋଡାଲ୍ ଅଧିକାରୀ ଡ଼ ଭାରତୀ ପାଣିଗ୍ରାହୀଙ୍କ ତତ୍ବାବଧାନରେ ଅଧ୍ୟାପିକା ସି.ଏଚ୍. ନିର୍ମଳା, ଅଧ୍ୟାପିକା ସୁଶ୍ରୀ ମଧୁସ୍ମିତା ପ୍ରଧାନ ଓ ଅଧ୍ୟାପିକା ଡ଼ କଲ୍ୟାଣୀ ମିଶ୍ରଙ୍କ ଦ୍ବାରା କାର୍ଯ୍ୟକ୍ରମ ଗୁଡିକ ଅନୁଷ୍ଠିତ ହେଉଅଛି । ଏଥିରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରୁଛନ୍ତି । ଏ ସମସ୍ତ କାର୍ଯ୍ୟକ୍ରମ ପାଇଁ ଓଡିଶା ସରକାରଙ୍କୁ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ମାନେ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି । ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ