ପାରଳା ମହିଳା ସ୍ନାତକ କଲେଜର ସ୍ବଚ୍ଛ ଭାରତ ଅଭିଯାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ଗାନ୍ଧୀଜୟନ୍ତୀ ଅବସରରେ ଗାନ୍ଧୀଙ୍କ ଆଦର୍ଶ, ନୀତି, ବିଚାରଧାରାକୁ ସମସ୍ତଙ୍କ ମଧ୍ୟରେ ବାଣ୍ଟିବା ସକାଶେ ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଅଧ୍ଯକ୍ଷା ଡ ରୀନା ସାହୁଙ୍କ ନେତୃତ୍ୱରେ ଏକ ସ୍ବଚ୍ଛ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଛାତ୍ରୀବୃନ୍ଦ ଏବଂ ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମିଳିତ ସ‌ହ‌ଯୋଗରେ ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ବିଭିନ୍ନ କାଗଜ, ଠୁଙ୍ଗା, ପଲିଥୁନ୍, ବୋତଲ୍, ଡାଳ, କ୍ଲାସ୍ ରୁମ୍ ଆଦିକୁ ସଫା କରି ପ୍ରଧାନମନ୍ତ୍ରୀଙ୍କ ସ୍ବଚ୍ଛ ଭାରତ ଅଭିଯାନକୁ ସଫଳ କରିବା ଲାଗି ପ୍ରୟାସ କରିଥିଲେ। ଶେଷରେ ନିଜ ପରିବେଶ ଓ ପରିସରକୁ ସଦାସର୍ବଦା ପରିଷ୍କାର ପରିଚ୍ଛନ୍ନ କରି ରଖୁବା ପାଇଁ ଉପସ୍ଥିତ ଛାତ୍ରୀଙ୍କୁ ଉଦ‌ବୋଧନ ଦେଇଥିଲେ ମହାବିଦ୍ୟାଳୟର ଅଧ୍ଯକ୍ଷା । ଏ ସମସ୍ତ କାର୍ଯ୍ୟକ୍ରମକୁ ତ୍ରିଲୋଚନ୍ ସାର୍, ଲାଲୀ, ଅଶୋକ, ଏଲ୍. ଦୁର୍ଯ୍ୟୋଧନ, କେ. ଦୁର୍ଯ୍ୟୋଧନ ପ୍ରଭୃତି ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ