ପାରଳା ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଠାରେ ଥିବା ସ୍ନାତକ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ରୀନା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜିର ଦିନର ତାତ୍ପର୍ଯ୍ୟ ସମ୍ପର୍କରେ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଛାତ୍ର ଜୀବନର ଉତ୍କୃଷ୍ଟ ସମୟକୁ ତ୍ୟାଗ ଓ ସେବା ମନୋଭାବରେ ଉତ୍ସର୍ଗ କରିବା ଆବଶ୍ୟକ । ସ୍ୱେଚ୍ଛାସେବୀମାନେ ସମାଜ ପ୍ରତି ସଚେତନ ହେବା ସହ ସମାଜରୁ ଅନ୍ଧବିଶ୍ୱାସ, କୁସଂସ୍କାର ଦୂର କରିବାରେ ମୂଖ୍ୟ ଭୂମିକା ଗ୍ରହଣ କରିବା ଆବଶ୍ୟକ । ସେହିଭଳି ଜାତୀୟ ସେବା ଯୋଜନା ଅଧିକାରୀ ଡ. ଭାରତୀ ପାଣିଗ୍ରାହୀ ନିଜ ଅଭିଭାଷଣରେ କହିଥିଲେ ଯେ, ୧୯୬୯ ମସିହା ସେପ୍ଟେମ୍ବର ୨୪ ତାରିଖରୁ ସାରା ଦେଖଲରେ ଏହି ଏନ୍‌ଏସ୍‌ଏସ୍ ଦିବସକୁ ଗୁରୁତ୍ୱର ସହ ସମସ୍ତ ବିଶ୍ୱ ବିଦ୍ୟାଳୟ ଅନ୍ତ୍ରଗତ ଶିକ୍ଷାନୁଷ୍ଠାନ ମାନଙ୍କରେ ପାଳନ କରାଯାଉଛି । ଏହାଛଡା ସମସ୍ତ ସ୍ୱେଚ୍ଛାସେବୀ ଶିକ୍ଷାଲାଭ ବ୍ୟତୀତ ସାମୂହିକ ବିକାଶ ଦିଗରେ ମଧ୍ୟ ଆଗଭର ହେବା ଆବଶ୍ୟକ ବୋଲି ମତ ଦେଇଥିଲେ । ଶେଷରେ ଏନ୍‌ଏସ୍‌ଏସ୍ ଦିବସ ଉପଲକ୍ଷେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗୀତାରେ ଆଂଶ ଗ୍ରହଣ କରିଥିବା କୃତୀ ଛାତ୍ରୀଙ୍କୁ ଅଧ୍ୟକ୍ଷା ପୁରସ୍କୃତ କରିଥିଲେ । ଆଜିର ଏହି ସମସ୍ତ କାର୍ଯ୍ୟକ୍ରମକୁ ରାଜେଶ କୁମାର ପାତ୍ର ଏବଂ ଏଲ୍‌. ଅଶୋକ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ