ପାରଳା ମହିଳା ସ୍ନାତ୍ତୋକ ମହାବିଦ୍ୟାଳୟ ତରଫରୁ ଗୁରୁ ରଘୁନାଥ ପାତ୍ରଙ୍କୁ ସମ୍ବର୍ଦ୍ଧନା  

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା । ନିକଟରେ ସଙ୍ଗୀତ ସାହିତ୍ୟ ଏକାଡେମୀ ତରଫରୁ ଶ୍ରେଷ୍ଠ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ପୁରସ୍କାର ଓ ସମ୍ମାନ ହାସଲ କରିଥିବା ଗଜପତି ଜିଲ୍ଲାର ଗର୍ବ ଓ ଗୌରବ ତଥା ପାରଳା ମାଟିର ବିଶିଷ୍ଠ ସଙ୍ଗୀତ ଗୁରୁ ରଘୁନାଥ ପାତ୍ରଙ୍କୁ ମହିଳା ମହାବିଦ୍ୟାଳୟ ତରଫରୁ ଅଧ୍ୟକ୍ଷା ଡ. ରୀନା ସାହୁ ଉପଢୈକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ ଓ ବକ୍ତବ୍ୟରେ କଣ୍ଠଶିଳ୍ପୀ ଗୁରୁ ରଘୁନାଥ ପାତ୍ରଙ୍କ ବ୍ୟକ୍ତିତ ସହ ତାଙ୍କ ପ୍ରତିଭାର ପରିଚୟ ପ୍ରଦାନ କରିଥିଲେ । ଗୁରୁ ରଘୁନାଥ ପାତ୍ର କଠୋର ସଙ୍ଗୀତ ସାଧନା କିଭଳି ତାଙ୍କୁ ଶୀର୍ଷରେ ପହଞ୍ଚାଇ ପାରିଲା ନିଜ ବକ୍ତବ୍ୟରେ ସେ ବର୍ଣ୍ଣନା କରିଥିଲେ । ସମ୍ମାନର ପ୍ରତ୍ୟୁତ୍ତରରେ ଗୁରୁ ରଘୁନାଥ ପାତ୍ର ମଧ୍ୟ ସମଗ୍ର ପ।।ରଳାବାସୀଙ୍କ ଆକୁଣ୍ଠ ଭଲ ପାଇବା ହିଁ ଆଜି ତାଙ୍କ ମ୍ମାନର ମାଧ୍ୟମର ବୋଲି କହିଥିଲେ । ସେହିଭଳି ଅଧ୍ୟାପିକା ଡ. ଭାରତୀ ପାଣିଗ୍ରାହୀ ଗୁରୁ ରଘୁନାଥ ପାତ୍ରଙ୍କ ପ୍ରତିଭା ମହାବିଦ୍ୟାଳୟସ୍ତରରୁ ହିଁ ସୃଷ୍ଟି ହୋଇଥିଲା ବୋଲି କହିଥିଲେ । ଅଧ୍ୟାପିକା ଡ. କଲ୍ୟାଣୀ ମିଶ୍ର ମଧ୍ୟ ଶ୍ରୀପାତ୍ରଙ୍କ ସାରସ୍ୱତ ସାଧନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ