ପାରଳା ମହେନ୍ଦ୍ରଗିରି ହାଇସ୍କୁଲର ସ୍ୱର୍ଣ୍ଣ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା ) – ପାରଳାଖେମୁଣ୍ଡି ସହରର ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରସ୍ତାବିତ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୧୨.୧୨.୨୦୨୧ (ରବିବାର) ଦିନ ଏହି ଉତ୍ସବଟି ପାଳନ କରାଯିବ । ଏହି ଅବସରରେ ଏକ ସ୍ମରଣିକା ମଧ୍ୟ ଉନ୍ମୋଚନ ହେବ । ପ୍ରାକ୍ତନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଏବଂ ବହୁମୁଖୀ ପ୍ରତିଭାଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ସହ ଉପଢୌକନ ପ୍ରଦାନ କରାଯିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଏକାଙ୍କିକା, ନୃତ୍ୟ, ପ୍ରତିଯୋଗିତା ରଖାଯାଇଛି । ଏସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନଙ୍କ ସହ ପୁରୁଣା ଛାତ୍ରଛାତ୍ରୀମାନେ ପ୍ରମୁଖ ଭୂମିକା ନେଇଛନ୍ତି । ପୁରାତନ ଛାତ୍ର ତଥା ଓଡିଶା ସାହିତ୍ୟ ଏକାଡେମୀର ଗଜପତିର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ପୁରାତନ ଛାତ୍ର ଭାଗବତ ପାଢୀ, ଲିଙ୍ଗରାଜ ଦାସ, ବାବୁଲି ରାଜଗୁରୁ, ବେଣୁମାଧବ ପାଢୀ, ୱାଇ ଶିବା ରାଓ, ଉମାଚରଣ ରାଉତ, ରଘୁନାଥ ବରାଡ, ଲଳିତ ନାୟକ, ସତ୍ୟନାରାୟଣ ମହାରଣା ପ୍ରମୁଖ ଯୋଗଦାନ କରି ପ୍ରସ୍ତାବିତ କାର୍ଯ୍ୟକ୍ରମ ବିଭିନ୍ନ ଦାୟିତ୍ୱ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ