ପାରଳା ମ୍ୟୁନିସିପାଲିଟିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି. ମ୍ୟୁନିସିପାଲିଟି ଅଧ୍ୟକ୍ଷା ନିର୍ମଳା ସେଠୀ ସ୍ୱାୟତ୍ତ ଶାସନ ଦିବସରେ ଜାତୀୟ ପତକା ଉତ୍ତୋଳନ କରି ପାରଳାଖେମୁଣ୍ଡି ମ୍ୟୁନିସିପାଲିଟିକୁ ଏକ ଉନ୍ନତମୟ ବିକାଶମୁଖୀ ମ୍ୟୁନିସିପାଲିଟି ରୂପେ ଗଢି ତୋଳିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ. ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସ୍ୱାୟତ୍ତ ଶାସନ ଦିବସ ସମାରୋହରେ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ମ୍ୟୁନିସିପାଲିଟିର ସମସ୍ତ କର୍ମଚାରୀ ଓ ନବ ନିର୍ବାଚିତ କାଉନସିଲକୁ ଅଭିନନ୍ଦନ ଜଣାଇବା ସହ ଲୋକଙ୍କ ସେବା ଓ ପାରଳା ମ୍ୟୁନିସିପାଲିଟିର ବିଭିନ୍ନ ସମସ୍ୟା ସମାଧାନ ଦିଗରେ ସମସ୍ତେ କାର୍ଯ୍ୟ କରନ୍ତୁ ବୋଲି ନିବେଦନ କରିଥିଲେ. ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବଲୀ ଚରଣ ବେହେରା, ଉପନଗରପାଳ ଲେଙ୍କା ମଧୁ, ସମସ୍ତ କାଉନସିଲର ଓ କର୍ମଚାରୀ ପାରଳା ସହରର ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ. ଏହାପରେ ଜନ ସାଧାରଣଙ୍କ ସଚେତନତା ସହ ସ୍ୱାୟତ୍ତ ଶାସନ ଦିବସର ମହତ୍ୱ ପ୍ରତିପାଦନ ପାଇଁ ସ୍ୱଚ୍ଛତା ଶୋଭାଯାତ୍ରା ମ୍ୟୁନିସିପାଲିଟି ଅଫିସରୁ ବାହାରି ସହର ପରିକ୍ରମା କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ