ପାରଳା ମ୍ୟୁନିସିପାଲିଟି ଓ କାଶୀନଗର ଏନ୍ଏସିରେ ବିଜୟ ଲାଭ କରିଥିବା ବିଜେଡି ଅଧ୍ୟକ୍ଷା ଓ ୱାର୍ଡ କାଉନସିଲର ମାନଙ୍କୁ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ସ୍ଥିତ ରାମନଗର  ହାଇଟେକ ପ୍ଲାଜା ପରିସରରେ ଥିବା  ବିଜେଡ଼ି  ନିର୍ବାଚନ କାର୍ଯ୍ୟାଳୟ ଠାରେ  ପାରଳାଖେମୁଣ୍ଡି ପୌର ଏବଂ କାଶୀନଗର ଏନ୍ଏସି ନିର୍ବାଚନରେ ନବ ନିର୍ବାଚିତ  ହୋଇଥିବା ଅଧ୍ୟକ୍ଷା ଓ ୱାର୍ଡ କାଉନସିଲର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାର ଜଣାପଡିଛି | ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାରନାୟକ, ବରିଷ୍ଠ ନେତା ଡ. ତିରୁପତି ପାଣିଗ୍ରାହୀ, ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତୁରୁପତି ରାଓ, ଇଂ ରୂପେଶ ପାଣିଗ୍ରାହୀ ପ୍ରମୁଖ  ନବନିର୍ବାଚିତ ପାରଳାଖେମୁଣ୍ଡି  ପୌରପରିଷଦ  ଅଧ୍ୟକ୍ଷା  ନିର୍ମଳା  ସେଠି ,  କାଶିନଗର ଏନ୍ଏସିର ନବନିର୍ବାଚିତ  ଅଧ୍ୟକ୍ଷା ଭାବେ ଏମ୍. ସୁଧାରଣୀ ପ୍ରମୁଖଙ୍କ ସହ , ସମସ୍ତ ନବ  ନିର୍ବାଚିତ କାଉନ୍ସିଲର  ଓ ୱାର୍ଡ ମେମ୍ବର   ପ୍ରତିନିଧି  ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା | ଏହି କାର୍ଯକ୍ରମରେ ବହୁ ଜିଲ୍ଲାସ୍ତରୀୟ ନେତୃବୃନ୍ଦ ଯୋଗ ଦେଇ ନବନିର୍ବାଚିତ ସହରାଞ୍ଚଳ ଜନପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇଥିବାର ମଧ୍ୟ ଦେଖିବାକୁ ମିଳିଥିଲା | ସୂଚନା ଯୋଗ୍ୟ ଯେ, ଜିଲ୍ଲାର ଦୁଇଗୋଟି ସହରାଞ୍ଚଳ ଯଥା ପାରଳାଖେମୁଣ୍ଡି ପୌରପରିଷଦ ଏବଂ କାଶୀନଗର ଏନ୍ଏସିରେ ବିଜେଡି ଦଳ ଅଭୂତ ସଫଳାତା ହାସଲ କରି ୨୯ଗୋଟି ୱାର୍ଡ ମଧ୍ୟରୁ୨୫ଗୋଟି ଅକ୍ତିଆର କରିନେଇଛି | ସେହିପରି ଦୁଇ ସହରରେ ଅଧ୍ୟକ୍ଷା ପଦବୀ ମଧ୍ୟ ବାଜିମାରିନେଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ