ପାରଳା ଯୁବରାଣୀ କଲ୍ୟାଣୀ ଗଜପତିଙ୍କୁ ଜନ୍ମଦିନରେ ଶୁଭେଛା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର କର୍ଣ୍ଣଧାର,ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ସୁନାମଧନ୍ୟ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ବଂଶଧର ଏବଂ ପୂର୍ବତନ ସାଂସଦ ଓ ପାରଳାର ପୂର୍ବତନ ମହାରାଜା ଗୋପୀନାଥ ଗଜପତୀଙ୍କ ସୁକନ୍ୟା ବର୍ତ୍ତମାନର ପାରଳା ଯୁବରାଣୀ ତଥା ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ କଲ୍ୟାଣୀ ଗଜପତିଙ୍କ ଆଜି ଜନ୍ମ ଦିବସ ଅଟେ । ବର୍ତ୍ତମାନର କରୋନା ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ଯୁବରାଣୀ କଲ୍ୟାଣୀ ଦେବୀ ଅତ୍ୟନ୍ତ ନିରାଡମ୍ବର ଭାବେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ଆଜି ସକାଳ ସମୟରେ ଯୁବରାଣୀ କଲ୍ୟାଣୀ ଦେବୀ ଜଗନ୍ନାଥ ମନ୍ଦିରରେ ୩ଦିଅଙ୍କୁ ଦର୍ଶନ କରି ପୁଜାପାଠ କରି ଆର୍ଶୀବାଦ ଭିକ୍ଷା କରିଥିଲେ । ପରେ ତାଙ୍କ ଇଷ୍ଟଦେବୀ ମାଁ ମାଣିକେଶ୍ୱରୀଙ୍କୁ ସ୍ମରଣ କରି ବର୍ତ୍ତମାନର ଘଡିସନ୍ଧି ମୁହୁର୍ତ୍ତରେ କରୋନା ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ନିବେଦନ କରିଥିଲେ । ପାରଳା ଯୁବରାଣୀ କଲ୍ୟାଣୀ ଗଜପତିଙ୍କୁ ଜନ୍ମଦିନ ଅବସରରେ ସାମାଜିକ ଦୁରତାକୁ ରକ୍ଷା କରି ସହରର କେତେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଜୁ ଜନତା ଦଳର କର୍ମକର୍ତ୍ତା ଶୁଭେଛା ଜଣାଇ ଥିଲେ । ବିଜୁ ଜନତା ଦଳର ଜିଲ୍ଲା ସଭାପତି ପ୍ରଦୀପ ନାୟକ,ଯୁବ ବିଜେଡିର ସଭାପତି ଏସ.ଲିଙ୍ଗରାଜ,ଛାତ୍ର ବିଜେଡିର ସଭାପତି କେ.ଶଙ୍କର,ବରିଷ୍ଠ ବିଜେଡି ନେତା ସୁଜିତ କୁମାର ଦାସ,ରାଜେନ୍ଦ୍ର ବେହେରା,ଭି.ଏସ.ଏନ.ରାଜୁ,ପୁର୍ବତନ ଜିଲ୍ଲା ସଭାପତି ବସନ୍ତ କୁମାର ଦାସ, ମହିଳା ବିଜେଡିର କାର୍ଯ୍ୟକାରୀ ସଭା ନେତ୍ରୀ ସଞ୍ଜୁକ୍ତା ବେହେରା,ବିଜେଡି ପାରଳା ନଗର ସଭାପତି ସୁର୍ଯ୍ୟ ନାରାୟଣ ରାଜଗୁରୁ ପ୍ରମୁଖ ପାରଳା ରାଜପ୍ରାସାଦ ପରିସରରେ ଯୁବରାଣୀ କଲ୍ୟାଣୀ ଦେବୀଙ୍କୁ ପୁଷ୍ପ ଗୁଛ ପ୍ରଦାନ କରି ଶୁଭେଛା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ