ପାରଳା ରଥଯାତ୍ରାରେ ହାଇଟେକ୍ ତରଫରୁ ସ୍ୱାସ୍ଥ୍ୟସେବା ଶିବିର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ପବିତ୍ର ରଥଯାତ୍ରା ଅବସରରେ ଗୁଣ୍ଡିଚାବାଡି ଠାରେ ହାଇଟେକ୍ ମେଡ଼ିକାଲ କଲେଜ ତରଫରୁ ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ କରାଯାଇଛି. ଏହାକୁ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଉଦଘାଟନ କରିଛନ୍ତି. ରଥଯାତ୍ରା ଶେଷ ପର୍ଯ୍ୟନ୍ତ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ. ଲୋକେ ଏହି ଶିବିରକୁ ଆସି ମାଗଣାରେ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ହାଇଟେକ ତରଫରୁ ସୂଚନା ଦିଆଯାଇଛି. ଏହି ସ୍ୱାସ୍ଥ୍ୟସେବା ଶିବିରରେ ବିଧାୟକ ଶ୍ରୀ ରୂପେଶ କୁମାର ପାଣିଗ୍ରାହୀ,ଉପାଜିଲ୍ଲାପାଳ ଅନୁପ ପଣ୍ଡା ,ଜିଲ୍ଲା ପୋଲିସ୍ ଅଧୀକ୍ଷକ ସ୍ୱାତି ଏସ କୁମାର ,ଜିଲ୍ଲା ପରିଷଦ ଚେୟାରମ୍ଯାନ ଜି.ତିରୁପତି ରାଓ ଗୋଶାଣି ଚେୟାରମ୍ଯାନ ଏନ.ଭୀର ରାଜୁ, ବିଜେଡ଼ି ନେତା ପ୍ରଦୀପ ନାୟକ ପ୍ରମୁଖ ଉପସ୍ତିତ ଥିଲେ.


