ପାରଳା ରାଜପ୍ରାସାଦ ଗଣ ଆତ୍ମହତ୍ୟା ମାମଲାର ୫ବର୍ଷ ପରେ ମଧ୍ୟ ଜଣାପଡୀନି ସଠିକତଥ୍ୟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ବରୁ ଚର୍ଚ୍ଚିତ ପାରଳା ରାଜପ୍ରାସାଦ ଗଣ ଆତ୍ମହତ୍ୟା ମାମଲାକୁ ଗତ ଅଗଷ୍ଟ ୧୪ ତାରିଖରେ ୫ବର୍ଷ ପୁରିଯାଇଛି । ହେଲେ ଏପର୍ଯ୍ୟନ୍ତ ଘଟଣାର ତଦନ୍ତ କରୁଥିବା ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ କୌଣସି ସିଦ୍ଧାନ୍ତରେ ପହଞ୍ôଚ ପାରିନାହାନ୍ତି । ନ୍ୟାୟ ଦେବାରେ ସମ୍ପୂର୍ଣ୍ଣ ଭାବେ ଏମାନେ ବିଫଳ ହୋଇଛନ୍ତି ବୋଲି ୪ମୃତକଙ୍କ ବଡଭାଇ ଅମୂଲ୍ୟ ପାତ୍ର ଅତ୍ୟନ୍ତ ଉଦ୍ବେଗର ସହ ପ୍ରକାଶ କରି କହିଛନ୍ତି ଗତ ୫ବର୍ଷର ମାମଲାରେ ମୋ ପରିବାରକୁ ନ୍ୟାୟ ଦେଇନଥିବା କ୍ରାଇମବ୍ରାଞ୍ଚ ଓ ପୋଲିସ ବର୍ତ୍ତମାନ ପାରଳା ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପରିବାରକୁ କି ଭଳି ନ୍ୟାୟ ଦେବେ ସେ ନେଇ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ଗତ ଅଗଷ୍ଟ ୧୪ ୨୦୧୬ମସିହାରେ ପାରଳା ରାଜପ୍ରାସାଦ ମାମଲାରେ କିଛି ବ୍ୟକ୍ତିଙ୍କ କଟୁ ମନ୍ତବ୍ୟରେ ଅସହ୍ୟ ହୋଇପଡି ମୋର ଦୁଇ ଭଉଣୀ ଅନଙ୍ଗମଞ୍ଜରୀ ପାତ୍ର, ବିଜୟଲକ୍ଷ୍ମୀ ପାତ୍ର ଏବଂ ଦୁଇ ଭାଇ ସଞ୍ଜୟ ପାତ୍ର, ସନ୍ତୋଷ ପାତ୍ର ସମୂହ ଭାବେ ଆତ୍ମହତ୍ୟା କରିଥିଲେ । ଏ ନେଇ ଉପଯୁକ୍ତ ନ୍ୟାୟ ପାଇଁ ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ସମ୍ପୃକ୍ତ ଘଟଣାଟି ସେତେବେଳେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ପୋଲିସ ଓ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରିଥିଲେ ହେଁ ଆଜକୁ ୫ବର୍ଷ ବିତିଲା । ତଥାପି ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ସବୁ ଚୁପ ହୋଇ ରହିଗଲେ । ୫ବର୍ଷ ବିତିଥିଲେ ସୁଦ୍ଧା ଆମ୍ଭ ପରିବାର ନ୍ୟାୟ ପାଇଁ ସଘର୍ଷ କରିଚାଲିଛୁ । ତେବେ ୧ଭାଗ ସୁଦ୍ଧା ନ୍ୟାୟ ଦେବାରେ ଓଡିଶା ପୋଲିସ ଓ କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ଗତ ୫ବର୍ଷର ଘଟଣା ନେଇ ଓଡିଶା ପୋଲିସ ଓ କ୍ରାଇମବ୍ରାଞ୍ଚ ଆମକୁ ନ୍ୟାୟ ଦେବାରେ ବିଫଳ ହୋଇ ଭୂଆଁ ବୁଲାଉଥିବା ବେଳେ ପାରଳାଖେମୁଣ୍ଡି ଏସିଏଫ୍ମୃତ୍ୟୁ ମାମଲାରେ ତାଙ୍କ ପରିବାରଙ୍କୁ କିଭଳି ନ୍ୟାୟ ଦେବେ?


