ପାରଳା ଶ୍ରୀଜଗନ୍ନାଥ ନୂତନ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ସହାୟତାର ହାତ ବଢ଼ି ଚାଲିଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର‌୍ୟ୍ୟ ଆଗେଇ ଚାଲିଛି । ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କାର‌୍ୟ୍ୟରେ ବହୁ ଭକ୍ତ ବିଭିନ୍ନ ଭାବେ ନିଜ ନିଜକୁ ସାମିଲ କରିଚାଲିଛନ୍ତି. ଏହି ଅବସରରେ ଗଜପତି ଜିଲ୍ଲାର ଗୋଲା ଗାଁ ବାସିନ୍ଦା ରାଧାକାନ୍ତ ପାଢ଼ୀ ଏବଂ ଶ୍ରୀମତୀ ପ୍ରୀତି ପାଢ଼ୀ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ସକାଶେ ୧୦,୧୧୧ ଟଙ୍କା ପ୍ରଦାନ କରି ମନ୍ଦିର ନିର୍ମାଣରେ ସହାଭାଗୀ ହୋଇଛନ୍ତି. ଏନେଇ ମନ୍ଦିର ନିର୍ମାଣ କମିଟିର ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ସମେତ ସମସ୍ତ ସଭ୍ୟ ଓ ଶ୍ରୀଜଗନ୍ନାଥଙ୍କ ଭକ୍ତଗଣ ଉଭୟଙ୍କୁ ସାଧୁବାଦ ଜଣାଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ