ପାରଳା ସହରରୁ ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରୁ ଏକ ବିରଳ ପ୍ରଜାତିର ଏଣ୍ଡୁଅକୁ ବନ ବିଭାଗ ଦ୍ୱାରା ଉଦ୍ଧାର କରାଯାଇ ଜଙ୍ଗଲରେ ଛଡାଯିବା ଜଣାଯାଇଛି । ସବୁଜ ଓ ହଳଦିଆ ରଙ୍ଗର ଏହି ଏଣ୍ଡୁଅଟି ପାରଳାଖେମୁଣ୍ଡି ନୁଆ ବସଷ୍ଟାଣ୍ଡ ଠାରେ ଥିବା ଏକ ଦୋକାନ ସମ୍ମୁଖରେ ଦେଖା ଯାଇଥିଲା । ଏହାକୁ ଦେଖିବା ପାଇଁ ସେଠାରେ କିଛି ଲୋକଙ୍କ ଭିଡ ଜମିଥିଲା । ଲୋକେ ବନ ବିଭାଗକୁ ଖବର ଦେବାରେ ବନବିଭାଗ କର୍ମଚାରୀ ଶିବରାମ ସାବତ ଓ ସଂଜୟ ପାତ୍ର ଘଟଣା ସ୍ଥଳରେ ପହଞ୍ଚି ଏଣ୍ଡୁଅଟିକୁ ଉଦ୍ଧାର କରିଥିଲେ । ପରେ ଏହି ଏଣ୍ଡୁଅଟିକୁ ପାରଳାଖେମୁଣ୍ଡି ନିକଟସ୍ଥ ଜଙ୍ଗଲରେ ବନବିଭାଗ ତରଫରୁ ଛଡା ଯାଇଥିବା ସୁଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ