ପାରଳା ସହରାଞ୍ଚଳରେ ସଂକ୍ରମଣ ରୋକିବା ପାଇଁ ଜିଲ୍ଲାପାଳଙ୍କ ଅନୁଧ୍ୟାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ପାରଳାଖେମୁଣ୍ଡି ପୌରାଞ୍ଚଳ ଠାରେ ଗତକାଲି ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସେହି ସବୁ ଅଞ୍ଚଳରେ ଜିଲ୍ଲାପାଳ ଅନୁପମ ସାହାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବିଭିନ୍ନ ଲୋକଙ୍କ ଠାରୁ ଆବଶ୍ୟକ ତଥ୍ୟ ସଂଗ୍ରହ ଓ ଅନୁଧ୍ୟାନ କରାଯାଇଛି । ପାରଳାଖେମୁଣ୍ଡି ପୌର ପରିଷଦର ବିଭିନ୍ନ ଅଞ୍ଚଳରେ ଏପରି ଅନୁଧ୍ୟାନ କରାଯାଇ ସହରାଞ୍ଚଳରେ କରୋନାକୁ ରୋକିବା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି । ଗଜପତି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୧୬ ଛୁଇଁଥିବା ବେଳେ ପାରଳା ପୌରାଞ୍ଚଳରେ ଗତକାଲି ଗୋଟିଏ ଦିନରେ ୩୧ ଜଣ ଚିହ୍ନଟ ହେବାପରେ ପ୍ରଶାସନ ବିଭିନ୍ନ ଅଞ୍ଚଳ ଉପରେ ତୀକ୍ଷଣ ନଜର ରଖିଛି । ଏହି ସବୁ ଅଞ୍ଚଳକୁ ଖୋଦ ଜିଲ୍ଲାପାଳ ଅନୁପମ ସାହା ଗସ୍ତ କରି ଅନୁଧ୍ୟାନ କରୁଛନ୍ତି । ତାଙ୍କ ସହ ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ