ପଡୋଶୀ ଆନ୍ଧ୍ରରେ ୩ ପୋଜିଟିଭ୍ ଗଜପତି ପ୍ରଶାସନ ସମ୍ପୁର୍ଣ୍ଣ ସଜାଗ,ଆନ୍ଧ୍ର ସଟ୍‌ଡାଉନ୍

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ଠାରୁ ମାତ୍ର କିଛି କିମି ଦୁରରେ ଥିବା ଆନ୍ଧ୍ରର ପୁରୁଣାପାଟଣା ମଣ୍ଡଳରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପରେ ଆନ୍ଧ୍ର ଶ୍ରୀକାକୁଲମ୍ ପ୍ରଶାସନ ଆଜି ଠାରୁ ପୁରୁଣାପାଟଣା ମଣ୍ଡଳର ୨୭ଗୋଟି ଗ୍ରାମରେ ସଟ୍‌ଡାଉନ୍ ଘୋଷଣା କରିଛନ୍ତି । ଏ ନେଇ ଏହି ସମସ୍ତ ଅଞ୍ଚଳ ସମ୍ପୁର୍ଣ୍ଣ ଭାବେ ବନ୍ଦ ହୋଇଛି । ପାରଳାଖେମୁଣ୍ଡି ସହରକୁ ମୁଖ୍ୟତଃ ଆନ୍ଧ୍ରରୁ ଏହି ଅଞ୍ଚଳ ଦେଇ ସମସ୍ତ ପ୍ରକାରର ପନିପରିବା,ମାଛ,କୁକୁଡା,କ୍ଷୀର,ଦହି ଆଦି ପ୍ରତ୍ୟେକ ଦିନ ଆସୁଥାଏ । ଆନ୍ଧ୍ରର ଏହି ଅଞ୍ଚଳରେ ସଟ୍‌ଡାଉନ୍ ଯୋଗୁଁ ସବୁକିଛି ବନ୍ଦ ହେବା ଯୋଗୁଁ ଏହାର ପ୍ରଭାବ ଓଡିଶାର ଗଜପତି ଜିଲ୍ଲାରେ ଦେଖା ଦେଇ ଆଜି ବଜାରରେ ପନିପରିବା,ମାଛ ଆଦିର ଘୋର ସଂକଟ ଦେଖା ଦେଇଛି । ଗତକାଲିର କିଛି ପରିମାଣରେ ପନିପରିବା ଥିବା ଯୋଗୁଁ ଆଜି ୫୦ଭଗ ଲୋକଙ୍କୁ ପରିବା ଆଦି ମିଳିଛି । ହେଲେ ଅତି ଚଞ୍ଚଳ ବାହାରୁ ପରିବା ଆଦି ନ ଆସିଲେ ଆସନ୍ତାକାଲି ଠାରୁ ବଜାର ସମ୍ପୁର୍ଣ୍ଣ ବନ୍ଦ ହେବ ବୋଲି ବ୍ୟବସାୟୀ ମାନେ ସୁଚନା ଦେଇଛନ୍ତି । ପୋଡଶୀ ଆନ୍ଧ୍ରରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଯୋଗୁଁ ଗଜପତି ପ୍ରଶାସନ ସମ୍ପୁର୍ଣ୍ଣ ସଜାଗ ରହିବା ସହ ହାଇ ଆଲାର୍ଟ ଜାରି କରିଛନ୍ତି । ଆନ୍ଧ୍ର-ଓଡିଶା ସୀମାର ସମସ୍ତ ପ୍ରବେଶ ପଥ ଓ ପାଦଚଲା ପଥକୁ ମଧ୍ୟ ସିଲ୍ କରିବା ସହ ଅନେକ ସୀମାନ୍ତ ରାସ୍ତାରେ ୫ଫୁଟ ଗର୍ତ୍ତ କରାଯାଇ ରାସ୍ତା ଗୁଡିକୁ କାଟି ଦିଆଯାଇଛି । ସମସ୍ତ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ ୨୪ଘଣ୍ଟିଆ ହାଇ ଆଲାର୍ଟ ଜାରି କରାଯାଇଛି । ଗଜପତି ଜିଲ୍ଲାରୁ ଆନ୍ଧ୍ରକୁ କିମ୍ବା ଆନ୍ଧ୍ରରୁ ଗଜପତି ଜିଲ୍ଲାକୁ ଜଣେ ହେଲେ ବି ଯେପରି ଯିବା ଆସିବା ନ କରନ୍ତି ସେଥି ପାଇଁ କଡାକଡି ପଦକ୍ଷେପ ଗ୍ରହଣ କରାଯାଇଛି । ପାରଳା ସହରକୁ ସମ୍ପୁର୍ଣ୍ଣ ଭାବେ ପରିଷ୍କ।।ର ରଖିବା ପାଇଁ ଦମକଳ ବାହିନୀ ଦ୍ୱାରା ସହରରେ ବିଶୋଧନ ପାଣି ମରାଯାଉଛି । ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ସହ ସମସ୍ତ ସରକାରୀ କର୍ମକର୍ତ୍ତାଙ୍କୁ ଗଜପତି ଜିଲ୍ଲାପାଳ ଅନୁପମ ଶାହା ରେଡ୍ ଆଲାର୍ଟ ଜାରି କରି ସମ୍ପୁର୍ଣ୍ଣ ସଜାଗ ରଖିଛନ୍ତି । କୌଣସୀ ଗୁଜବକୁ ବିଶ୍ୱାସ ନକରିବା ପାଇଁ ଜିଲ୍ଲାପାଳ ପ୍ରକାଶ କରି,ବର୍ତ୍ତମାନର ଘଡିସନ୍ଧି ମୁହୁର୍ତ୍ତରେ ଗଜପତିକୁ କରୋନାର ସଂକ୍ରମଣରୁ ମୁକ୍ତ ପାଇଁ ଜନସାଧାରଣ ପ୍ରଶାସନକୁ ସମ୍ପୁର୍ଣ୍ଣ ସହେଯାଗ କରନ୍ତୁ । ସମସ୍ତେ ସଚେତନ ହୋଇ ନିଜ ଘରେ ବିପଦ ମୁକ୍ତ ହୋଇ ସୁରକ୍ଷାରେ ରୁହନ୍ତୁ । ଯେ କୌଣସି ବିଷୟ ନେଇ ଜାଣିବା ସଙ୍ଗେସଙ୍ଗେ ପ୍‌୍ରଶାସନ ଓ ପୋଲିକୁ ସଙ୍ଗେସଙ୍ଗେ ଖବର ଦିଅନ୍ତୁ । ଏଥି ସହ ଲକ୍‌ଡାଉନ୍‌ର ସମସ୍ତ ନିୟମକୁ ମାନି ସମାଜିକ ଦୁରତା ରକ୍ଷା କରିବା ସହ ମାସ୍କ ବ୍ୟବହାର କରନ୍ତୁ ବୋଲି ଜିଲ୍ଲାପାଳ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ