ପାରଳା ସ୍ମାର୍ଟ ସ୍କୁଲର ବାର୍ଷିକ ଉତ୍ସବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡିର ବାର୍ଷିକ ଉତ୍ସବ “ଦର୍ପଣ-୨୩” ସ୍ଥାନୀୟ ଗୁଣ୍ଡିଚା ବାଡ଼ି ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପାରଳା ପୋୖରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠି ଯୋଗଦାନ କରିଥିଲେ ଏବଂ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ | ଅନ୍ୟାନ୍ୟ ଅତିଥି ମାନକ ମଧ୍ୟରେ ସିନେ ତାରକା ସୁଶ୍ରୀ ସୂର୍ଯ୍ୟମୟୀ ମହାପାତ୍ର, ପ୍ରିନ୍ସ ଡାନ୍ସ ଗୃପ ର ପ୍ରତିଷ୍ଠାତା ତଥା ନିର୍ଦେଶକ ଶ୍ରୀ ଟି. କ୍ରିଷ୍ଣା ମୋହନ ରେଡି, ପାର୍ଥନା ଏବଂ ସିଦ୍ଧାର୍ଥ ଟିଭି ଚାନେଲ ର ବିଚାରକ ତଥା ଓଡିଶୀ ନୃତ୍ୟ ଗୁରୁ ଶ୍ରୀ ବିବେକାନନ୍ଦ ମହାନ୍ତି, ଓଡିଶୀ ସଂଗୀତ ଏକାଡେମୀ ପୁରପୁରସ୍କାର ପ୍ରାପ୍ତ ଗୁରୁ ଶ୍ରୀ ରଘୁନାଥ ପାତ୍ର, ଏବଂ ଜିଲ୍ଲା ପରିଷଦ ର କାର୍ଯ୍ୟ ନିର୍ବାହି ଅଧିକାରୀ ଶ୍ରୀ ଗୁଣନିଧି ନାୟକ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ର ଶୋଭା କୁ ବହୁଗୁଣିତ କରିଥିଲେ | ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ସଂଗୀତା ସାହୁ ବିଦ୍ୟାଳୟ ର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ | ପରିଚାଳନା ସଭ୍ୟା ଶ୍ରୀମତୀ ସ୍ଵାଗତିକା ମିଶ୍ର ନିଜର ଅଭିଭାଷଣ ରେ ବର୍ତମାନ ର ଶିକ୍ଷା ପ୍ରଣାଳୀ ର ଆବଶ୍ୟକତା, ଛାତ୍ର/ଛାତ୍ରୀ ଙ୍କ ଆବଶ୍ୟକତା ଏବଂ ଅଭିଭାବକ ମାନଙ୍କର ଉତ୍ତରଦାୟିତ୍ୱ ଉପରେ ଆଲୋକପାତ କରିଥିଲେ | ମୁଖ୍ୟ ଅତିଥି ଶ୍ରୀମତୀ ନିର୍ମଳା ସେଠି ପାରଳା ଅଂଚଳ ରେ ଏମିତି ଏକ ବିଦ୍ୟାଳୟ ର ଉପସ୍ଥିତିରେ ବହୁତ ଖୁସି ପ୍ରକାଶ କରିଥିଲେ ଏବଂ ବିଦ୍ୟାଳୟର ଶିକ୍ଷାଦାନ ପ୍ରଣାଳୀ କୁ ବହୁତ ପ୍ରସଂଶା କରିଥିଲେ | ଶ୍ରୀ ଗୁଣନିଧି ନାୟକ ପିଲାମାନଙ୍କ ଶିକ୍ଷା ପ୍ରଣାଳୀ ରେ ଆଧୁନିକ ଶିକ୍ଷାଦାନ ଉପକରଣ ର ଉପଯୋଜିତା ଉପରେ ଆଲୋକପାତ କରିଥିଲେ | ସିନେ ତାରକା ସୁଶ୍ରୀ ସୂର୍ଯ୍ୟମୟୀ ଉପାନ୍ତ ଅଂଚଳରେ ଏହିପରି ଏକ ବିଦ୍ୟାଳୟ ତାଙ୍କୁ ଆଶର୍ଯ୍ୟାନ୍ବିତ କରିଥିବା ଜଣାଇଥିଲେ | ଗୁରୁ ଶ୍ରୀ ବିବେକ ମହାନ୍ତି ବିଦ୍ୟାଳୟ ର ଶୃଙ୍ଖଳା ଏବଂ ପରିଚାଳନା ସଦସ୍ୟ ମାନଙ୍କର ଆନ୍ତରିକତା କୁ ସାଧୁବାଦ ଜଣାଇଥିଲେ ଏବଂ ପରଲବାସୀ ଙ୍କ ଭଲପାଇବା ଆଗରେ ସେ ସବୁବେଳେ ନତମସ୍ତକ ବୋଲି କହିଛନ୍ତି | ଶ୍ରୀ ପ୍ରିନ୍ସ କ୍ରିଷ୍ଣା ରେଡ୍ଡୀ କୁନି କୁନି ପିଲା ମାନଙ୍କର ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଉଚାକୋଟିର ଥିବା ଜଣାଇଥିଲେ | ଗୁରୁ ଶ୍ରୀ ରଘୁନାଥ ପାତ୍ର ନିଜକୁ ବିଧ୍ୟାଳୟ ର ଏକ ପରିବାର ସଦସ୍ୟ ଭାବରେ ଦର୍ଶାଇଥିଲେ ଏବଂ ବିଦ୍ୟାଳୟ ର ସର୍ବାଙ୍ଗୀନ ଊଂଣନ୍ତି କାମନା କରିଥିଲେ | ଉପସ୍ଥାପିକା ସୁଶ୍ରୀ ସବିତା ବିଷୋୟୀ ସମସ୍ତ କାର୍ଯ୍ୟକ୍ରମ କୁ ସୁଚାରୁ ରୂପରେ ଉପସ୍ଥାପିତ କରିଥିଲେ | ସଂପୁର୍ଣ କାର୍ଯ୍ୟକ୍ରମ କୁ ଶ୍ରୀମତୀ ଲୀନା କର, ଶ୍ରୀମତୀ ରଂଜିତା ପଟନାୟକ, ଶ୍ରୀ ହରି ସାହୁକାର ତଦାରଖ ଏବଂ ପରିଚାଳନା କରିଥିଲେ | ଶ୍ରୀ ଗ୍ରେସ ସାମଲ ଏବଂ ଶ୍ରୀ ଶୁଭେନ୍ଦୁ ସେନାପତି ସମ୍ପର୍ଣ ସଂକୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ | ବାର୍ଷିକ ଉତ୍ସବ ର ସଫଳତା ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଙ୍କ ଅକ୍ଲାନ୍ତ ପରିଶ୍ରମ ର ଫଳ ଥିଲା | ଏହାର ଶ୍ରେୟ କାର୍ଯ୍ୟରତ ସମସ୍ତ କର୍ମଚାରୀ ଙ୍କର ଥିଲା | ପରିଚାଳନା ସଭ୍ୟ ଶ୍ରୀ ମନୋଜ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ |