ପାରଳା ସ୍ୱାଭିମାନ ମଞ୍ଚର ଅଧ୍ୟକ୍ଷ ଡ଼. ତିରୁପତି ପାଣିଗ୍ରାହୀଙ୍କ ଜନ୍ମଦିନରେ ଅଭିନନ୍ଦନର ସୁଅ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ପାରଳାଖେମୁଣ୍ଡି ସ୍ୱାଭିମାନ ମଞ୍ଚର ଅଧ୍ୟକ୍ଷ, ସମାଜସେବୀ ଓ ହାଇଟେକ ଗ୍ରୁପର ମୁଖ୍ୟ ଡ଼. ତିରୁପତି ପାଣିଗ୍ରାହୀଙ୍କ ଆଜି ଜନ୍ମଦିନ ଅବସରରେ ଶହଶହ ଶୁଭେଛୁଙ୍କ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି I ପାରଳାଖେମୁଣ୍ଡି ଠାରେ ଥିବା ହାଇଟେକ ପ୍ଲାଜା ଠାରେ କର୍ମଚାରୀମାନେ ଡ଼. ତିରୁପତି ପାଣିଗ୍ରାହୀଙ୍କ ଦୀର୍ଘ ଜୀବନ କାମନା କରି ଶ୍ରୀ ଜଗନ୍ନାଥଙ୍କ ଠାରେ ପ୍ରଦୀପ ପ୍ରଜ୍ବଳନ କରି ପରସ୍ପରଙ୍କ ମଧ୍ୟରେ ମିଷ୍ଠାନ୍ନ ବଣ୍ଟନ କରିଥିଲେ I ଡ଼. ପାଣିଗ୍ରାହୀ ଭୁବନେଶ୍ୱରଠାରେ ଥିବା ହାଇଟେକ ପରିସରରେ ପ୍ରତ୍ୟକ୍ଷ ଭାବେ ଆଜି ଜନ୍ମଦିନ ପାଳନ କରିଛନ୍ତି I ଭୋରରୁ ସ୍ନାନ ଶୌଚ ସାରି ପୂଜାଚନ୍ନା କରିବା ପରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଭୁବନେଶ୍ୱର ହାଇଟେକ ପ୍ଲାଜାକୁ ଆସିଥିବା ପୂଜକ ମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ I ବିଜୁ ଜନତା ଦଳର ରାଜ୍ୟ ଉପ ସଭାପତି ତଥା ସମାଜସେବୀ ଡ଼. ମାରିତ ପାଳ ଭୁବନେଶ୍ୱର ଠାରେ ଡ଼. ପାଣିଗ୍ରାହୀଙ୍କୁ ଫୁଲତୋଡ଼ା ଦେଇ ଅଭିନନ୍ଦନ ଜଣାଇଥିଲେ I ଭୁବନେଶ୍ୱର ହାଇଟେକ ପ୍ଲାଜାର ସମସ୍ତ କର୍ମଚାରୀ ଓ ସହଯୋଗୀମାନେ ଡ଼. ତିରୁପତି ପାଣିଗ୍ରାହୀଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ତାଙ୍କ ଦୀର୍ଘାୟୁ କାମନା କରିଥିଲେ I ସେହିପରି ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ପାରଳାଖେମୁଣ୍ଡି ପୌରାଧ୍ୟକ୍ଷ ନିର୍ମଳା ସେଠୀ, ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ଗଜପତି ଜିଲ୍ଲାର ସମସ୍ତ ବ୍ଲକ ଅଧ୍ୟକ୍ଷ ଓ ବିଭିନ୍ନ ବ୍ଲକର ନେତା କର୍ମୀ ଓ ଶୁଭେଛୁମାନେ ତିରୁପତି ପାଣିଗ୍ରାହୀଙ୍କୁ ମୋବଇଲ ଯୋଗେ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି I ଜନ୍ମଦିନ ଅବସରରେ ଡ଼. ତିରୁପତି ପାଣିଗ୍ରାହୀ ସମସ୍ତଙ୍କୁ ନିଜ ତରଫରୁ କୃତଜ୍ଞତା ଜ୍ଞାପନ କରିବା ସହ ସମାଜସେବା ଓ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଁ ନିଜକୁ ସାମିଲ କରିଛି ଓ କରି ଚାଲିଥିବି ବୋଲି ଜଣାଇଛନ୍ତି I