ପାରାଦୀପ ଇଫ୍କୋ ପକ୍ଷରୁ କର୍ପୋରେଟ୍ ସ୍ତରୀୟ କିକ୍ରେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ପାରାଦୀପ ,(ପୀତବାସ ପ୍ରଧାନ): ସାରା ଭାରତ ବର୍ଷରେ ଖ୍ୟାତି ଅର୍ଜନ କରିଥିବା ଇଫ୍କୋ ସାରକାରଖାନା ପାରାଦୀପ ୟୁନିଟ୍ ପକ୍ଷରୁ ତିନି ଦିନିଆ କର୍ପୋରେଟ୍ ସ୍ତରୀୟ କିକ୍ରେଟ ଟୁର୍ଣ୍ଣାମେଣ୍ଟଗୁରୁବାର ଇଫ୍କୋ ପରିସରରେ ଉଦ୍ଘାଟିତ ହୋଇଯାଇଛି । ଇଫ୍କୋ ପାରାଦୀପ ୟୁନିଟ୍ କାର୍ଯ୍ୟବାହୀ ନିର୍ଦ୍ଦେଶକ କେ.ଜେ.ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ପ୍ରଥମ ମ୍ୟାଚ୍ ପିପିଏଲ୍ ସହିତ ଏଏମ୍ଏନ୍ଏସ୍ ଇଣ୍ଡିଆ(ପୂର୍ବର ଏସ୍ଆର୍ ଷ୍ଟିଲ୍) ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ଆୟୋଜକ ଇଫ୍କୋ ସହିତ ପାରାଦୀପ କୋଷ୍ଟଗାର୍ଡ ମଧ୍ୟରେ ଖେଳା ଯାଇଥିଲା । ଇଫ୍କୋର ସମସ୍ତ ଅଧିକାରୀ, କର୍ମଚାରୀ ସଂଘର ସଭାପତି, ସାଧାରଣ ସଂପାଦକଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ରହି ଖେଳକୁ ଉପଭୋଗ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୧୧ରୁ ୧୪ତାରିଖ ପର୍ଯ୍ୟନ୍ତ ଚାଲିବ ।


