ପାରାଦୀପ କଳିଙ୍ଗ ବାଲିଯାତ୍ରା ପଡିଆରେ ଓରମାସ୍ ପ୍ରଦର୍ଶନୀ ମେଳା

ପାରାଦୀପ ,(ପୀତବାସ ପ୍ରଧାନ): ଚଳିତ ମାସ ୧୩ତାରିଖରୁ ମାର୍ଚ୍ଚ ମାସ ୧୨ତାରିଖ ପର୍ଯ୍ୟନ୍ତ ପାରାଦୀପ ସମୁଦ୍ର ବେଳାଭୂମି କଳିଙ୍ଗ ବାଲିଯାତ୍ରା ପଡିଆରେ ଓରମାସ୍ ଓ ପଂଚାୟତ ରାଜ ଏବଂ ଜଳ ଯୋଗାଣ ବିଭାଗ ସହଯୋଗରେ ପ୍ରଦର୍ଶନୀ ମେଳାର ଆୟୋଜନ କରାଯାଉଛି । ସ୍ୱଳ୍ପ ସଂଖ୍ୟକ ଷ୍ଟଲରେ ହାତ ତିଆରୀ ଉପକରଣ ଉପଲବ୍ଧ ହେବ ବୋଲି ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଅଧିକାରୀ ଜଣାଇଛନ୍ତି । ପ୍ରକାଶ ଥାଉ କି, କରୋନା କଟକଣା ହଟିବା ପରେ ଜଗତ୍‌ସିଂହପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ପ୍ରଦର୍ଶନୀ ମେଳାରେ ଆୟୋଜନ କରାଯାଇଛି । ପାରାଦୀପ ଅଂଚଳରେ ଏହି ମେଳାକୁ ନେଇ ଆଗ୍ରହ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ