ପାରାଦୀପ ପୋର୍ଟ ବଣିକ ସଂଘ ପକ୍ଷରୁ ବନ୍ଦର ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା

ପାରାଦୀପ, (ପିତବାସ ପ୍ରଧାନ): ପାରାଦୀପ ପୋର୍ଟ ବଣିକ ସଂଘ ପକ୍ଷରୁ ପାରାଦୀପ ବନ୍ଦର ଅଧ୍ୟକ୍ଷ ଶ୍ରୀ ରିଙ୍କେଶ ରାୟ ଓ ତାଙ୍କ ଧର୍ମପତ୍ନୀ ତଥା ପାରାଦୀପ ଲେଡିଜ କ୍ଲବ ର ସଭାପତି ଶୁଭଲକ୍ଷ୍ମୀ ରାୟ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବଡପଡ଼ିଆ ସ୍ଥିତ ବଣିକ ସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ ରେ ବଣିକ ସଂଘର ସଭାପତି ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଏହି ଉତ୍ସବ ରେ ଶ୍ରୀ ପଟ୍ଟନାୟକ ତାଙ୍କର ସମ୍ବର୍ଦ୍ଧନା ଅଭିଭାଷଣ ରେ କହିଲେ ଯେ ବନ୍ଦର ଅଧ୍ୟକ୍ଷ ଶ୍ରୀ ରିଙ୍କେଶ ରାୟଙ୍କର କାର୍ଯ୍ୟ ଦକ୍ଷତା ଓ ଲୋକପ୍ରିୟତା କୁ ସମ୍ମାନ ଜଣାଇ ପାରାଦୀପ ପୋର୍ଟ ବଣିକ ସଙ୍ଘ ତରଫରୁ ଉଚ୍ଛତ୍ସିତ ସମ୍ବର୍ଦ୍ଧିତ କରାଯାଇଥିଲା।ଶ୍ରୀ ରାୟଙ୍କର ବନ୍ଦର ଅଧ୍ୟକ୍ଷତା ସମୟରେ ପାରାଦୀପ ବନ୍ଦର ଦେଶର ପଣ୍ୟପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଦେଶର ପ୍ରଥମ ବନ୍ଦର ହେବାର ଯୋଗ୍ୟତା ଅର୍ଜ୍ଜନ କରିଛି।ଏବଂ ପାରାଦୀପ ବନ୍ଦର ସମେତ ସହରାଞ୍ଚଳର ଉନ୍ନତି ପାଇଁ ବହୁବିଧ କାର୍ଯ୍ୟକ୍ରମ କରାଯାଇଛି। ସେହିପରି
ଶ୍ରୀମତୀ ଶୁଭ ଲକ୍ଷ୍ମୀ ରାୟ ପାରାଦୀପ ଲେଡିଜ କ୍ଲବ ମାଧ୍ୟମରେ ବନ୍ୟା, ବାତ୍ୟା ସମୟରେ ପ୍ରଭାବିତ ଲୋକଙ୍କ ପାଇଁ ଖାଦ୍ୟ ଓ ଜରୁରୀ ସାମଗ୍ରୀ ଯୋଗାଣ,ରକ୍ତଦାନ ଶିବିର ଆୟୋଜନ କରିବା ସହିତ ପାରାଦୀପ ସାକ୍ଷରତା ସମିତି ଓ ଭିନ୍ନକ୍ଷମ ବିଦ୍ୟାଳୟ ଜାଗୃତି ପାଇଁ ଅନେକ ଜନ କଲ୍ୟାଣ କାର୍ଯ୍ୟ କରି ସମସ୍ତଙ୍କର ପ୍ରିୟ ଭାଜନ ହୋଇ ପାରିଛନ୍ତି।ଏହି ସଭାରେ ସଂଘର ସମ୍ପାଦକ ଶ୍ରୀ ଦେବବ୍ରତ ସାହୁ, ଜୀବନ ମହାନ୍ତି, ଅନାଦି ପରିଡା, ଚନ୍ଦ୍ର ଶେଖର ମହାପାତ୍ର, ଚୈତନ୍ୟ ସାହୁ, ଶରତ ସାହୁଙ୍କ ସମେତ ବଣିକ ସଂଘର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ