ପାରାଦୀପ ବନ୍ଦର ଅଧ୍ୟକ୍ଷ ଭାବେ ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦର ଅଧ୍ୟକ୍ଷଙ୍କୁ ଅତିରିକ୍ତ ଦାୟୀତ୍ୱ

ପାରାଦୀପ,(ପୀତବାସ ପ୍ରଧାନ): ପାରାଦୀପ ବନ୍ଦରର ଅଧ୍ୟକ୍ଷ ରିଙ୍କେଶ ରାୟଙ୍କର ବଦଳି ହେବା ପରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦର(କେଲକାତା) ର ଅଧ୍ୟକ୍ଷ ବିନୀତ୍ କୁମାର ଙ୍କୁ ପାରାଦୀପ ବନ୍ଦର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟୀତ୍ୱ ଦିଆଯାଇଛି । ୧୯୯୩ ବ୍ୟାଚର ଆଇ ଆର ଇ ଇ ଅଧିକାରୀ ଗତ ୨୦୧୭ମସିହା ନଭେମ୍ବର ୯ତାରିଖରୁ ଏହି ବନ୍ଦରର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ମୁମ୍ବାଇ ରେଲ୍‌ୱେ ବିକାଶ ନିଗମର ମୁଖ୍ୟ ବୈଦ୍ୟୁତିକ ଯନ୍ତ୍ରୀ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ । ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରରେ ଅଧ୍ୟକ୍ଷ ଭାବେ ଯୋଗ ଦେବା ପରେ କ୍ରମାଗତ ୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷରେ ପଣ୍ୟ କାରବାରରେ ଆଶାତୀତ ସଫଳତା ଦେଇଥିଲେ । ଗତ ଜାନୁୟାରୀ ମାସ ୧୧ତାରିଖରେ ଏହି ବନ୍ଦର ତାର ୧୫୦ବର୍ଷ ପୂର୍ତ୍ତୀ ପାଳନରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ୨୦୧୭ମସିହାରୁ ଅଦ୍ୟବଧି ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରକୁ ବହୁ ସଫଳତା ଦେଇଥିବା ଅଧ୍ୟକ୍ଷ ବିନୀତ୍ କୁମାର ପାରାଦୀପ ବନ୍ଦରର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟୀତ୍ୱ ନେବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ୨୨/୨୦୨୦ରେ ଏକ ନିର୍ଦ୍ଦେଶନାମା ଜାରୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ