ପାରାଦୀପ ବନ୍ଦର ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ
ପାରାଦୀପ (ପୀତବାସ ପ୍ରଧାନ): ବୁଧବାର ଦିନ ପାରାଦୀପ ବନ୍ଦର ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ପାରାଦୀପ ବନ୍ଦର ର ଉପାଧ୍ୟକ୍ଷ ଏ.କେ.ବୋଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଶୋଭାଯାତ୍ରା ର ଶୁଭାରମ୍ଭ କରିଥିଲେ । ଏହି ଅବସର ରେ ଏକ ସଚେତନତା ଶୋଭାଯାତ୍ରା ବନ୍ଦର ଚିକିତ୍ସାଳୟ ରୁ ବାହାରିଥିଲା । ଚଳିତ ବର୍ଷ ର ଅନୁଚିନ୍ତା ଥିଲା ସମସ୍ତ ଙ୍କ ପାଇଁ ସ୍ୱଛ, ସ୍ୱାସ୍ଥ୍ୟ ବିଶ୍ୱ । କୋଭିଡ୍-୧୯ ପରିସ୍ତିତି ରେ କୋଭିଡ୍ ନିୟମାବଳୀ ପାଳନ କରି ଡାକ୍ତର, ପାରାମେଡିକାଲ୍ ଷ୍ଟାଫ, ପାରାଦୀପ ବନ୍ଦର ର ବିଭିନ୍ନ ବିଭାଗୀୟ ମୁଖ୍ୟ ଯୋଗେଦଇଥିଲେ । ବନ୍ଦର ଚିକିତ୍ସାଳୟ ପରିସର ରେ କ୍ୟାନ୍ସର୍, ଡାଇବେଟିସ୍,ହୃଦ୍ରୋଗ, ଅସ୍ଥିଶଲ୍ୟ, ଉଚ୍ଚରକ୍ତ ଚାପ,ଚକ୍ଷୁ,ସ୍ନାୟୁ ରୋଗ,ମୂତ୍ର ରୋଗ ଆଦି ର ପରୀକ୍ଷା କରାଯାଇଥିଲା । ଶେଷ ରେ ଚିକିତ୍ସାଳୟ ସମ୍ମିଳନୀ କକ୍ଷ ରେ କ୍ୟାନସର ସଚେତନତା ସଂପର୍କିତ ଆଲୋଚନା ଚକ୍ର କଟକ ର ପଣ୍ଡା କ୍ୟୁରୀ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ମୁଖ୍ୟ ଚିକିତ୍ସାଧିକାରୀ ଡା.ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡା । ଏହି ଅବସର ରେ ୨୦୬ ଜଣ ଙ୍କ ର ବିଭିନ୍ନ ରୋଗ ସଂପର୍କିତ ପରୀକ୍ଷଣ କରାଯାଇଥିଲା ।