ପାରାଦୀପ ବାର୍ ଆସୋସେସନ୍ ନିର୍ବାଚନରେ ସମସ୍ତ ପ୍ରାର୍ଥୀ ର୍ନିଦ୍ୱନ୍ଦରେ ନିର୍ବାଚିତ
ପାରାଦୀପ, (ପୀତବାସ ପ୍ରଧାନ):ଓଡିଶା ରାଜ୍ୟ ବାର ଆସୋସିଏସନ୍ ଘୋଷଣାନୁଯାୟୀ ଶନିବାର ଦିନ ରାଜ୍ୟ ର ସମସ୍ତ ଓକିଲ ସଂଘମାନଙ୍କ ରେ ନିର୍ବାଚନ ହୋଇଥିଲା । ପାରାଦୀପ ବାର୍ ଆସୋସିଏସନ୍ ର ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଥିଲା । ଚଳିତ ନିର୍ବାଚନ ରେ ସଭାପତି ଭାବେ ହେମନ୍ତ କୁମାର ସାହୁ, ଉପସଭାପତି ପ୍ରଶାନ୍ତ କୁମାର ଦାସ ଓ କୈଳାସ ଚନ୍ଦ୍ର ସାହୁ, ସାଧାରଣ ସଂପାଦକ ଭାବେ ତପନ କୁମାର ଦାଶ, ସଂପାଦକ ଗୋଲକ ବିହାରୀ ସୂତାର ଓ ରବିନ୍ଦ୍ର କୁମାର ଜେନା, କୋଷାଧ୍ୟକ୍ଷ ଗୋପିନାଥ ମଲ୍ଲ ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଅରକ୍ଷିତ ସାହୁ, ସୁଜିତ କୁମାର ମହାନ୍ତି, ପ୍ରମୋଦ କୁମାର ମିଶ୍ର, ସଂଜୟ କୁମାର ମିଶ୍ର , ରବି ନାରାୟଣ ସ୍ୱାଇଁ ଓ ସୁଚିତ୍ରା ଦାଶ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଗୋରାଚାନ୍ଦ ସିଂ ଘୋଷଣା କରିଛନ୍ତି । ଏହି ଅବସର ରେ ପାରାଦୀପ ସର୍କିଟ୍ ହାଉସ୍ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପାରାଦୀପ ବାର୍ ଆସୋସେସନ୍ ର ସଦସ୍ୟମାନେ ଉପସ୍ଥିତ ରହି ନବନିର୍ବାଚିତ କର୍ମକର୍ତ୍ତା ଙ୍କୁ ଅଭିନନ୍ଦନ ଓ ସ୍ୱାଗତ ଜଣାଇଥିଲେ । ପାରାଦୀପ ଠାରେ ଗଠିତ ଏହି ବାର୍ ଆସୋସେସନ୍ ସ୍ୱୀକୃତି ପାଇବା ପରେ ଏହା ଥିଲା ପ୍ରଥମ ନିର୍ବାଚନ । ସମସ୍ତ ପଦବୀ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ମନୋନୟନ କରିବାରୁ ଆଉ ନିର୍ବାଚନ ର ଆବଶ୍ୟକତା ନଥିଲା ତେଣୁ ସମସ୍ତ ପ୍ରାଥୀମାନେ ର୍ନିଦ୍ୱନ୍ଦ ରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଶ୍ରୀ ସିଂ ଙ୍କ ଠାରୁ ପ୍ରକାଶ ।


