ପାରାଦୀପ ମହାବିଦ୍ୟାଳୟରେ “ମୋ କଲେଜ” ଅଭିଯାନର ଉଦ୍ଘାଟନ

ପାରାଦୀପ, (ପୀତବାସ ପ୍ରଧାନ) : ପାରାଦୀପ ମହାବିଦ୍ୟାଳୟର “ମୋ କଲେଜ” ଅଭିଯାନର ଉଦ୍ଘାଟନ ଉତ୍ସବ ରବିବାର ଅପରାହ୍ନ ୪ଟାରେ ପାଳନ କରାଯାଇଥିଲା । ଉତ୍ସବରେ “ମୋ କଲେଜ” କମିଟିର ସମସ୍ତ ସଦସ୍ୟଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ଏବଂ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନଫରେନ୍ସ ମାଧ୍ୟମରେ “ମୋ କଲେଜ” ଅଭିଯାନର ଶୁଭ ଉଦ୍ଘାଟନକୁ ଦେଖିବା ସହ ନିଜନିଜର ମତାମତ ରଖିଥିଲେ । ଏହି ଅଭିଯାନକୁ ପାରାଦୀପ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ସୁପ୍ରେମା କାନୁନଗୋ ଉଦ୍ଘାଟନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । କମିଟିର ସଂଯୋଜକ ଅଧ୍ୟାପକ ଅକ୍ଷୟ ଚନ୍ଦ୍ର ମିଶ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ନିଜର ମତାମତ ଦେଇଥିଲେ । ଏହି ଅବସରରେ ରବିନ୍ଦ୍ର କୁମାର ଦାସ, ଅକ୍ଷୟ କୁମାର ପଲାଇ, ବସନ୍ତ କୁମାର ବିଶ୍ୱାଳ, ଦେବବ୍ରତ ସାହୁ, ଶଶାଙ୍କ ଶେଖର ଆଚାର୍ଯ୍ୟ, ଅଧ୍ୟାପକ ରଂଜନ କୁମାର ତ୍ରୀପାଠୀ, ନିମନ୍ତ୍ରିତ ଅତିଥି ସବିତା ମହାପାତ୍ର ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପକ ଗଣେଶ୍ୱର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ