ପାରାଦୀପ ସିଆଇଏସଏଫ ତରଫରୁ ମକ୍ଡ୍ରିଲ୍ କାର୍ଯ୍ୟକ୍ରମ

ପାରାଦ୍ୱୀପ ଅଗ୍ନିଶମ ବିଭାଗ ତରଫରୁ ଆଜି ସ୍ଥାନୀୟ ୨ୟ ଟେଡ୍ ସେଣ୍ଟର ରେ ନିଆଁ ଲଗାଯାଇ ଏକ ମକ୍ଡ୍ରିଲ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପାରାଦୀପର ଅତିରିକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧିରଙ୍କ ନିର୍ଦ୍ଦେଶ ଅନୁସାରେ କରାଯାଇଥିଲା । ଏଥିରେ ସିଆଇଏସଏଫ, ଫାୟାର ୱିଙ୍ଗ୍, ଆପତକାଳିନ ସୁରକ୍ଷା ଟିମ୍ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗ ଏବଂ ଉପସ୍ଥିତିରେ ଏହି ମକ୍ଡ୍ରିଲ୍ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏଲପିଜି ଜାଳେଣି ଗ୍ୟାସ ଦ୍ୱାରା ଅଗ୍ନି, ବିଦ୍ୟୁତ ଦୁଃର୍ଘଟଣାରେ ନିଆଁ ଲାଗିବା, ନିଆଁ ଲାଗିଲେ ଏହାକୁ କି ପରି ନିୟନ୍ତ୍ରଣ କରିବା, ଖାଦ୍ୟ ପ୍ରସ୍ତୁତି ସମୟରେ କିପରି ସାବଧାନତା ଅବଲମ୍ବନ କରାଯିବ ଏବଂ ନିଆଁ ଲାଗିବା ଦ୍ୱାରା ନିଜ ଜୀବନ ବଞ୍ଚାଇବା ସହିତ ଅନ୍ୟମାନଙ୍କୁ କିପରି ବଞ୍ଚାଯାଇପାରିବ ତାହା ଉପରେ ବିଭିନ୍ନ ପ୍ରକାରର କୌଶଳ ଶିକ୍ଷା ଦିଆଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମ ଏପ୍ରିଲ ମାସ ୧୪ ତାରିଖ ଜାତୀୟ ଅଗ୍ନିସେବା ଦିବସରେ ସମାପନ ହେବ ବୋଲି ସିଆଇଏସ୍ଏଫର ଅଗ୍ନିଶମ ବିଭାଗ ତରଫରୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ