ପାରାଦୀପ ହରିଦାସପୁର ରେଲୱେ ଠିକାଦାରଙ୍କୁ ଅପହରଣ ଅଭିଯୋଗ
କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ) : ହରିଦାସପୁର-ପାରାଦୀପ ରଲେୱେ ଠିକାଦାରଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଦାଦାବଟି ମାଗି ନଦେବାରୁ ରଲେୱେର ଯୁବ ଠିକାଦାରଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଥିଲା । ଅଭିଯୋଗ ଅନୁଯାଇ ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମର ହରିଦାସପୁର-ପାରାଦୀପ ରଲେୱେ ଠିକାଦାର ଭିକାରୀ ବେହେରା ଓରଫ ମଂଟୁଙ୍କୁ ଆଜି ଭୋରରୁ ତାଙ୍କ ଘରୁ ୪ଜଣ ଯୁବକ ଏକ କାର ଯୋଗେ ବନ୍ଧୁକ ଦେଖାଇ ଅପହରଣ କରିନେଇଥିଲେ । କିନ୍ତୁ ଠିକାଦାର ଜଣଙ୍କ ସାହସିକତା ପ୍ରଦର୍ଶନ କରି ଧକ୍କାମାରି ଚଳନ୍ତା କାରରୁ ଡେଇଁ ପଡିଥିଲେ । ଦୁର୍ବୁତଙ୍କ କବଳରୁ ରକ୍ଷା ପାଇଯାଇଥିବା ଭିକାରୀ ମାର୍ଶାଘାଇ ଥାନାରେ ଅଭିଯୋଗ ।