ପାରାଦ୍ୱୀପ : ଟ୍ରଲର ବୁଡି ୩ନିଖୋଜ ଘଟଣା
ପାରାଦ୍ୱୀପ,(ଯୁଗାବ୍ଦ ନ୍ୟୁଜ୍) : ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ମହାନଦୀ ମୁହାଣ ନେହୁରୁ ବଙ୍ଗଳା ନିକଟରେ ମାଛ ବୋଝେଇ ଟ୍ରଲର ି ମଙ୍ଗଳବାର ବୁଡ ୫ ଜଣ ବୁଡି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ତିନି ଜଣ ନିଖୋଜ ରହିଥିଲେ । ୩ ଜଣ ମତ୍ସ୍ୟଜିବୀ ମାନଙ୍କ ମଧ୍ୟରୁ ବୁଧବାର ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ମତ୍ସ୍ୟଜୀବି ସନ୍ତୋଷ କୁମାର ଦାସଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।ବର୍ତ୍ତମାନ ସୁଦ୍ଧା ଅନ୍ୟ ଜଣେ ମତ୍ସ୍ୟଜିବୀ ନିଖୋଜ ଥିବା ଜଣାପଡିଛି ।ନିଖୋଜ ଥିବା ବ୍ୟକ୍ତିଙ୍କ ନାମ ଲକ୍ଷ୍ମୀଧର ଦାସ ବୋଲି ଜଣାପଡିଛି । ମିଳିଥିବା ଖବର ଅନୁସାରେ ମଙ୍ଗଳବାର ଟ୍ରଲର ବୁଡି ୩ ଜଣ ନିଖୋଜ ରହିଥିବା ବେଳେ ସନ୍ତୋଷ ଦୀର୍ଘ ୭ ଘଣ୍ଟାର ସଂଘର୍ଷ କରି ଏକ ଜାର ଧରି ଭାସୁଥିବା ବେଳେ ତାଙ୍କୁ ଏକ ମାଛ ଧରା ଡଙ୍ଗା ତାଙ୍କୁ ଉଦ୍ଧାର କରିଛି । ସେହିପରି କୃଷ୍ଣ ମଲ୍ଲିକ ଙ୍କ ମୃତ ଦେହ ପାରାଦ୍ୱୀପ ଲାଇଟ ହାଉସ୍ ସମୁଦ୍ର କୁଳ ବଟ ନିକଟରୁ ଉଦ୍ଧାର କରାଯାଇଛି । ନିଖୋଜ ରହିଥିବା ଲକ୍ଷ୍ମୀଧର ଦାସଙ୍କୁ ମାରାଥନ ପୋଲିସ ଖୋଜାଖୋଜି କରୁଥିବା ଜଣାପଡିଛି ।