ପାରାଦ୍ୱୀପ ଠାରେ ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ତ୍ରିପାକ୍ଷିକ ଚୁକ୍ତିନାମା
ପାରାଦ୍ୱୀପ (ପୀତବାସ ପ୍ରଧାନ) : ବିଜୁ ଯାତ୍ରୀ ନିବାସ, ପାରାଦ୍ୱୀପ ଠାରେ ୧୦୦ ଶର୍ଯ୍ୟା ବିଶିଷ୍ଟ ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ତ୍ରିପାକ୍ଷିକ ରାଜିନାମା ସ୍ୱାକ୍ଷର ହୋଇଛି । ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ଅଧ୍ୟକ୍ଷ ରିଙ୍କେଶ ରାଏ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ବିଜୟା ପଣ୍ଡା ଏହି ତ୍ରିପାକ୍ଷିକ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ । ଏହି ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଖର୍ଚ୍ଚ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ବହନ କରିବ । ଅନ୍ୟମାନଙ୍କ ମଧ୍ୟରେ ପାରାଦ୍ୱୀପ ପୋର୍ଟ ସିଇଏମଇ ସରୋଜ କୁମାର ଦାସ, ମୁଖ୍ୟ ଚିକିତ୍ସା ଅଧିକାରୀ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ଡଃ ପ୍ରହଲ୍ଳାଦ ପଣ୍ଡା, ଏ.ଡି.ଏସ୍ ଓ ଡଃ ବସନ୍ତ ବାରିକ, ଜିଲ୍ଲାପାଳଙ୍କ ଓ ଏସ୍.ଡି ଡାଃ ଶଶାଙ୍କ ଶେଖର ଲେଙ୍କା, ସ୍ମ୍ମୃତି ରଂଜନ ମିଶ୍ର, ପାରାଦ୍ୱୀପ ବନ୍ଦର ଚିଫ ମ୍ୟାନେଜର, କର୍ପୋରେଟ ରିଲେସନ ଆଣ୍ଡ କମ୍ୟୁନିକେସନ ରତିକାନ୍ତ ନାୟକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ଏପ୍ରିଲ୍ ୧୩ ତାରିଖରୁ କାର୍ଯ୍ୟକ୍ଷମ ହେବ ।


