ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ଭୋଟର ଭୋଟ ଦେବେ କାହାକୁ?
ପାରାଦ୍ୱୀପ – ଆସନ୍ତା ସଧାରଣ ନିର୍ବାଚନ ପାଇଁ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ଭୋଟରମାନେ ଭୋଟ ଦେବେ କାହାକୁ ଏବେ ବଡ ଚର୍ଚ୍ଚାର ବିଷୟ ପାଲଟିଛି । ଖବରରୁ ପ୍ରକାଶ ଯେ, ପାରାଦ୍ୱୀପ ବିଜେଡିର ବରିଷ୍ଠ ନେତା ପୂର୍ବତନମନ୍ତ୍ରୀ ଡ.ଦାମୋଦର ରାଉତ ଦଳରୁ କଣଠେସା ହୋଇ ବାହାରିବା ପୂର୍ବରୁ ପାରାଦ୍ୱୀପ ଏରସମା ବିଧାନସଭା ଅଞ୍ଚଳରେ ବିଜୁ ଜନତାଦଳ ର ସକ୍ରିୟ କର୍ମୀ ଓ ନେତାଙ୍କୁ ଗୋଟିଏ ସଙ୍ଗଠନରେ ରଖିପାରିନଥିଲେ । ନେତୃତ୍ୱର ଅଭାବ ନିଜର ଅପାରଗତା ଯୋଗୁଁ ବିଜେଡି ଦୁଇ ଗୋଷ୍ଠିରେ ପରିଣତ ହୋଇ ସମାନ୍ତରାଳ ସଙ୍ଗଠନ ଚାଲୁଥିବା ଦାଣ୍ଡରେ ପଡି ହାଟରେ ଗଡୁଥିଲା ବେଳେ ଦଳ ଶ୍ରୀ ରାଉତଙ୍କୁ ପ୍ରାଥମିକ ସଭ୍ୟ ପଦରୁ ବହିସ୍କାର କରିଥିଲା । ଶ୍ରୀ ରାଉତ ନିଜର ରାଜନୈତିକ କ୍ୟାରିୟରକୁ ବଞ୍ଚାଇବା ପାଇଁ ପଦ୍ମ ଧରି ଥିବା ବେଳେ ତାଙ୍କର ଅନୁଗତ ଏକ ଅଡୁଆରେ କାରଣ ନେତାଙ୍କ ପଥ ଅନୁସରଣ କରି ପଦ୍ମ ପୋଖରିକୁ ଯିବେନା ଦଳକୁ ଜାବୁଡି ଧରି କାହା ନେତୃତ୍ୱକୁ ଗ୍ରହଣ କରିବେ ସାଧାରଣରେ ଚର୍ଚ୍ଚାର ବିଷୟ । ଅନ୍ୟ ପକ୍ଷରେ କଂଗ୍ରେସ ପ୍ରତିନିର୍ବାନରେ ତାର ପ୍ରାର୍ଥି ପରିବର୍ତ୍ତନ କରୁଥିôବା ବେଳେ ଏଥର କାହାକୁ ପ୍ରାଥିକରିବ ତାହା ମଧ୍ୟ ସନ୍ଦେହ ପୂର୍ବଥର ପ୍ରାର୍ଥି ଅରିନ୍ଦମ ଓରଫ ବାପି ସର୍ଖେଲଙ୍କ ନାମ ସହିତ ଅନ୍ୟ କେତେକଙ୍କ ନାମ ଛକ ବଜାରରେ ଆଲୋଚନା ହେଉଥିବା ବେଳେ ବାପି ସର୍ଖେଲଙ୍କୁ ଦଳ ଏଥର ଟିକଟ ଦେବ ବୋଲି କିଛି ଲୋକ ଆଶାବ୍ୟକ୍ତ କରି କୁହନ୍ତି କିନ୍ତୁ ବାପି ସର୍ଖେଲ ବିଭିନ୍ନ ପ୍ରକାର ମକଦମାରେ ଛନ୍ଦି ହୋଇଥିବାରୁ ତାଙ୍କୁ ଟିକେଟ ମିଳିବ ନାହିଁ ବୋଲି ତାଙ୍କ ବିରୋଧି ଆଲୋଚନା କରୁଛନ୍ତି । ସେହିପରି କ୍ୟାଡର ପାର୍ଟି କହୁଥିବା ବିଜେପି କ୍ୟାଡର ମାନଙ୍କୁ ଭୂଳି ପାରମ୍ପାରିକ ପ୍ରତିଦୋନ୍ଦିଙ୍କୁ ଦଳରେ ନେବା ପରେ ଯେଉଁମାନେ ନିଜର ସ୍ୱାର୍ଥ ତ୍ୟାଗ କରି ସରକାର ବିରୋଧି ବିଜେପି ସଙ୍ଗଠନ ପାଇଁ ଶ୍ରମ ସମୟ ଦେଉଥିଲେ ପାରାଦ୍ୱୀପ ବିଜେପି ଯୁବନେତା ସମ୍ପଦ ସ୍ୱାଇଁ ଏବେ ଅଡୁଆରେ ପଡି କଣ କରିବେ ଚିନ୍ତା କରୁଥିବା ସାଧାରଣରେ ଚର୍ଚ୍ଚାର ଖୋରାକ ଯୋଗାଇଛି । ଅନ୍ୟ ପକ୍ଷରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସଙ୍କ ଅନୁଗତ ତଥା ପାରାଦ୍ୱୀପର ୧୦ଗୋଟି ସଙ୍ଗଠନର ମଙ୍ଗୁଆଳ ଶାସକ ବିଜେଡି ଦଳର ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟ ସମ୍ପାଦନ କରି ଆସୁଥିବା ବରିଷ୍ଠ ଶ୍ରମିକ ନେତା, ସମାଜସେବୀ ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ପାରାଦ୍ୱୀପରେ ବିଜେଡି ଦଳ ପ୍ରତି ଆସ୍ଥା ପ୍ରକଟ କରୁଥିବା ସାଧାରଣ ଭୋଟର ନିର୍ବାଚନରେ ମୋହାର ମାରିବା ପାଇଁ ବଜାର ଘାଟରେ ଆଳୋଚନା କରୁଥିବା ବେଳେ ପାରାଦ୍ୱୀପରେ ବିଜେଡି ଦଳ ତରଫରୁ କିନ୍ତୁ ଅନ୍ୟ ପ୍ରାର୍ଥିମାନେ ଆସୁଥିବା ଚର୍ଚ୍ଚାକୁ ନେଇ ଏବେ ଭୋଟର ଭୋଟ ଦେବେ କାହାକୁ ବୋଲି ଚିନ୍ତା କରୁଛନ୍ତି ।


