ପାରାଦ୍ୱୀପ ପୌରାଞ୍ଚଳରୁ ୩ୟ କରୋନା ପଜିଟିଭ ଚିହ୍ନଟ

ପାରାଦ୍ୱୀପ, (ପିତବାସ ପ୍ରଧାନ):ପାରାଦ୍ୱୀପ ପୌରାଞ୍ଚଳ କରୋନା ମୁକ୍ତ ଘୋଷଣା ହେବାର ୪ଦିନ ପରେ ପାରାଦ୍ୱୀପ ପୌରାଞ୍ଚଳରେ ୩ୟ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏହି ବ୍ୟକ୍ତି ପାରାଦ୍ୱୀପ ପୌରାଞ୍ଚଳ ର ଅଠରବାଙ୍କୀ ନିକଟସ୍ଥ ତାରିଣୀଗଡା ରେ ଏକ ଭଡାଘରେ ରହୁଥିବା ସୂଚନା ମିଳିଛି । ଗତ ବୁଧବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରୀ ହୋଇଥିôବା ସୂଚାନ ଅନୁଯାୟୀ ସଂପୃକ୍ତ ବ୍ୟକ୍ତି ଜଣଙ୍କର ଟ୍ରାଭେଲ ହିଷ୍ଟ୍ରିରୁ ବାଲେଶ୍ୱର ଲିଙ୍କ ଥିବା ଜଣାପଡିଛି । ଏହି ଖବର ମିଳିବା ପରେ ତାରିଣୀଗଡା ଅଞ୍ଚଳରେ ଭୟରେ ବାତାବରଣ ସୃଷ୍ଟି କରିଛି । ପାରାଦ୍ୱୀପ ଅଞ୍ଚଳରେ ଜନସାଧାରଣ ଯଦି କରୋନା ନିୟମାବଳୀ ନ ମାନନ୍ତି ତେବେ ସାମୁହିକ ସଂକ୍ରମଣ ହୋଇପାରେ ବୋଲି ଆଲୋଚନା ହେଉଛି । ରାସ୍ତାରେ ଅମାନିଆ ମାନେ ବହୁଳ ଭାବେ ବୁଲା ବୁଲି କରୁଛନ୍ତି । ମାର୍କେଟ ଅଞ୍ଚଳରେ ସାମାଜିକ ଦୂରତ୍ୱ ରଖୁନାହାଁନ୍ତି ଜନସାଧାରଣ । ପାରାଦ୍ୱୀପ ଅଞ୍ଚଳରେ ସାମାଜିକ ଦୂରତ୍ୱ ରଖୁନାହାଁନ୍ତି ୨ଟା ପର୍ଯ୍ୟନ୍ତ ଖୋଲା ରହୁଛି । ଏହି ସମୟରେ ବଜାର ଭିଡ ପରିଲକ୍ଷିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ