ପାରାଦ୍ୱୀପ ସହରାଞ୍ଚଳରେ ବୁଲିଲା ସ୍ୱଚ୍ଛତା ରଥ

ପାରାଦ୍ୱୀପ,(ପୀତବାସ ପ୍ରଧାନ): ପାରାଦ୍ୱୀପ ସହରାଞ୍ଚଳ ର ଜନସାଧାଣଙ୍କୁ ସ୍ୱଚ୍ଛ ପରିବେଶ ତଥା ପରିବେଶ ସୁରକ୍ଷା ବାର୍ତ୍ତା ପହଞ୍ଛେଇବାର ପ୍ରୟାସ ଆରମ୍ଭ କରିଛି ପାରାଦ୍ୱୀପ ବନ୍ଦର । ଏହି ଅବସରରେ ଏକ ସ୍ୱଚ୍ଛତା ରଥ ଯାତ୍ରା ଆରମ୍ଭ କରିଛି । ପାରାଦ୍ୱୀପ ବନ୍ଦର ର ଅଧ୍ୟକ୍ଷ ରିଙ୍କେଶ ରଏଙ୍କ ଉପସ୍ଥିତିରେ ନୁମାଲିଗଡ ରିଫାଇନାରୀର ପରିଚାଳନା ନିର୍ଦ୍ଦେଶକ ଏସ୍‌.କେ ବରୁଆ ଏବଂ ଡ୍ରେଜିଙ୍ଗ କର୍ପୋରେସନ୍ ଅଫ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ରାଜେଶ ତ୍ରିପାଠୀ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ । ଏହି ସ୍ୱଚ୍ଛତା ସମ୍ପର୍କରେ ସଚେତନତା କରାଇବା ସହ କୋଭିଡ୍‌-୧୯ ବିରୋଧିରେ ଲଢେଇ ପାଇଁ ସଚେତନ କରାଇବ ବୋଲି ପାରାଦ୍ୱୀପ ବନ୍ଦର ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ