ପାରାର ଦାମ୍ ୬୫ ଲକ୍ଷ
ଇରାକରେ ପ୍ରତିବର୍ଷ ଆୟୋଜିତ ହୋଇଥାଏ ପାରାଙ୍କର ଏକ ରେସ୍ । ଏଥିରେ ବହୁ ସଂଖ୍ୟାରେ ପ୍ରଶିକ୍ଷଣ ନେଇଥିବା ପାରା ସାମିଲ ହୋଇଥାଆନ୍ତି । ଏହା ବାଗଦାଦରୁ ପ୍ରାୟ ଶହେ କିଲୋମିଟର ଦୂର ଏକ ଖୋଲା ପଡିଆରେ ଅନୁଷ୍ଠିତ ହୋଇଥାଏ । ଏଥିରେ ପାଖାପାଖି ୧୪ ହଜାର ପାରା ଭାଗ ନେଇଥାଆନ୍ତି । ରେସ୍୍ରେ ଭାଗ ନେବା ପୂର୍ବରୁ ଏମାନଙ୍କୁ ଶହ ଶହ ଘଣ୍ଟାର ପ୍ରଶିକ୍ଷଣ ଦିଆଯାଇଥାଏ । ଏମାନେ ଶେଷରେ ୬ ଶହ କିଲୋମିଟର ଅତିକ୍ରମ କରିଥାଆନ୍ତି । ଘଣ୍ଟାକୁ ଏହି ପାରା ୯୦ କିଲୋମିଟର ପ୍ରତି ଘଣ୍ଟାରେ ଉଡିଥାଆନ୍ତି । ତେବେ ଏହି ରେସ୍ରେ ଯେଉଁ ପାରା ବିଜୟୀ ହୋଇଥାଏ ତାକୁ ନେଇ ହୋଇଥାଏ ମୂଲଚାଲ । ବିଜେତା ପାରାଙ୍କୁ ଭାରତୀୟ ମୁଦ୍ରାରେ ପ୍ରାୟ ୩ ଲକ୍ଷ ଟଙ୍କା ଦେଇ ଲୋକେ କ୍ରୟ କରିଥିବା କୁହାଯାଏ । ହେଲେ କିଛିଦିନ ପୂର୍ବେ ଏହି ରେସ୍ ଜିତିଥିବା ଏକ ପାରା ପାଖାପାଖି ୬୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା କୁହାଯାଏ । ଯାହା ଏପର୍ଯ୍ୟନ୍ତ ବିକ୍ରି ହୋଇଥିବା ପାରାଙ୍କ ମଧ୍ୟରେ ସବୁଠାରୁ ଦାମୀ ପାରା ବୋଲି କୁହାଯାଏ ।