ପାରିକୁଦ ଗଡ଼ରେ ଗର୍ଜିଲେ ପାଇକ ସ୍ୱତନ୍ତ୍ର ପାଇକ ଭତ୍ତାପାଇଁ ଦାବୀ ଜଣାଇଲେ
ପୁରୀ, (ଓ୍ବାଇଏନ୍ଏସ୍):ଗତକାଲି ପୁରୀଜିଲ୍ଲା ଅନ୍ତର୍ଗତ ପାରିକୁଦ ଗଡ଼ଠାରେ ଏକ ପାଇକ ଶୋଭାଯାତ୍ରା ଅନୁଷ୍ଠିତହୋଇଯାଇଛି । ପାଇକ ବାହିନୀଙ୍କ କୁହାଟ, ଢାଲ ତରବାରୀ ପୁଣି ଇତିହାସ ପୃଷ୍ଠାରେ ଥିବା ପାଇକବିଦ୍ରୋହକୁ ମନେପକାଇଥିଲା । ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାରପାଲଟାସିଂହ ପାରିକୁଦ ଗ୍ରସ୍ଥ କାର୍ଯ୍ୟକ୍ରମରେ ଏକ ପାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରଥମେକାଳଜୟୀ କବି ଡ଼ଃ ମାୟାଧର ମାନସିଂହଙ୍କ ସମାଧି ପିଠରେ ପୁଷ୍ପ ମାଲ୍ୟ ଅର୍ପଣ ପରେ ସେଠାରେ ବୀର ବାଦ୍ୟର ତାଳେ ତାଳେ ପାଇକ ଗୁରୁ କିଶୋରଙ୍କ ନେତୃତ୍ୱରେ ରଣବାଦ୍ୟ ନାଦ କରିଥିଲା ।ପରେ ପାରିକୁଦ ଗାନ୍ଧି ଉଦୟନାଥ ଜେନାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟ ଅର୍ପଣ ପରେ ଶୋଭାଯାତ୍ରାପାରିକୁଦଗଡ଼ ପର୍ଯ୍ୟନ୍ତ ଚାଲିଥିଲା । ପାରିକୁଦ ତିତିପଠାରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।ତିତିପ ବଡ଼ସାହିର ବର୍ଷିୟାନ ପାଇକଗୁରୁ କେଳୁ ଚରଣ ଜେନା ଓ ତିତିପ ସାନ ସାହିର ୯୪ବର୍ଷୀୟ ବିଶିଷ୍ଠ ଗୁରୁ ଦଣ୍ଡପାଣି ଜେନାଙ୍କୁ ପାଇକ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉପଢୌକନ,ମାନପତ୍ର, ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ଗୁରୁମାନଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା ।ଏହିଠାରେ ଅନୁଷ୍ଠିତ ସମାବେଶରେ ବର୍ଷିୟାନ ପାଇକଗୁରୁ ଯେଉଁମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେଅଂଶ ଗ୍ରହଣ କରି ଶ୍ରେଷ୍ଠ ବିବେଚିତ ହୋଇଥିଲେ ଏବଂ ଶହ ଶହ ପାଇକବୀର ସୃଷ୍ଟିକରି ଶମର କଳାକୁ ବଞ୍ଚେଇ ରଖିଛନ୍ତି ସେମାନେ ଆଜି ସରକାରୀ ଭତ୍ତାରୁ ବଂଚିତ । ଦୁଃଖ, ଦାରିଦ୍ର୍ୟର ଜୀବନର ଶେଷ ପାହାଚରେ ପହଂଚି କାଳାତିପାତ କରୁଛନ୍ତି । ଏହା ଦୁଃଖ ଓ ବିଡ଼ମ୍ବନାର ବିଷୟ, ରାଜ୍ୟସରକାର ତୁରନ୍ତ ସ୍ୱତନ୍ତ୍ର ପାଇକ ଭତ୍ତା ଏହି ପାଇକ ଗୁରୁମାନଙ୍କୁ ଦେବାକୁ ରାଜ୍ୟ ସଭାପତି ଦାବୀ ଜଣାଇଥିଲେ । ଏହି ସମାବେଶରେ ପାଇକଗୁରୁ ତଥା ପାଇକ ମହାସଂଘ ଖୋର୍ଦ୍ଧା ଜିଲ୍ଳା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ପାଇକ ମହାସଂଘ ରାଜ୍ୟସଂଯେ।।ଜକ ପାଇକ ବିଶାରଦ କେଦାର ଦାସ, ବର୍ଷିୟାନ ଗୁରୁ ଭାସ୍କର ସୁନ୍ଦରାୟ, କୃଷ୍ଣପ୍ରସାଦ ବ୍ଲକ ସଭାପତି ଗୁରୁ ଦୁଃସାସନ ଦାସ, ପ୍ରଫୁଲ ଜେନା, ପ୍ରମୁଖ ଯୋଗଦାନ କରିଥିଲେ । ପ୍ରଦୀପ କୁମାର ଜେନା ଏହି ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ।