ପାରିକ କଳହକୁ ନେଇ ଆକ୍ରମଣ, ଦୁଇ ଆହତ

ହାଟଡିହି,(ବିକାଶ ବିଶ୍ୱାଳ ): ହାଟଡିହି ବ୍ଲକ ମଠ କୁଣ୍ଡିସାହି ଗ୍ରାମରେ ପାରିବାରିକ କଳହକୁ ନେଇ ଆକ୍ରମଣ ହେବାରୁ ସ୍ୱାମୀ ସ୍ତ୍ରୀ ଆହତ ହୋଇଥିବା ଜଣାଯାଇଛି । ଅଭିଯୋଗରୁ ଜଣାଯାଇଛି ଯେ ଗ୍ରାମର ମଙ୍ଗୁଳିଆ ଜେନା ଓ କପିଳା ଜେନାଙ୍କ ଉଭୟ ଦୁଇ ଭାଇ ହୋଇଥବବାବେଳେ ପାରିବାରିକ କଳହ ଲାଗି ରହିଥିଲା । ଏହାକୁନେଇ ଗତକାଲି ମଙ୍ଗୁଳିଆ ଓ ତାର ପୁଅ ଉଭୟ ମିଶି କପିଳା ଓ ତା ସ୍ତ୍ରୀ ଶୁଗୁରୀକୁ ପିଟାମରା କରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ କପିଳା ଓ ଶୁକୁରୀ ଉଭୟ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏନେଇ ଆଜି ସୁକୁରୀ ନନ୍ଦିପଦା ଥାନାରେ ଲିଖିତ ଭାବେ ଜଣାଇବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ